Categories: ବାଣିଜ୍ୟ

୧୦୦ କୋଟି କାରବାରରେ ଜିଏସ୍‌ଟି ଇ-ଇନଭଏସିଂ ଅନିବାର୍ଯ୍ୟ

ନୂଆଦିଲ୍ଲୀ,୨୯-୧୧: କୌଣସି କମ୍ପାନୀ ବାର୍ଷିକ ୧୦୦ କୋଟି ଟଙ୍କାର କାରବାର କରୁଥିଲେ ସେହି କ୍ଷେତ୍ରରେ ଆସନ୍ତା ବର୍ଷ ଏପ୍ରିଲ ପହିଲାରୁ ଜିଏସ୍‌ଟି ଇ-ଇନଭଏସିଂ ଅନିବାର୍ଯ୍ୟ ହେବ ବୋଲି ଗୁରୁବାର ସରକାର କହିଛନ୍ତି। ୧୦୦ କୋଟି ଟଙ୍କାରୁ କମ୍‌ କାରବାର କରୁଥିଲେ ଏହାକୁ ଇଛାଧିନ କରାଯାଇଛି। ଏଭଳି ବ୍ୟବସ୍ଥା ଦ୍ୱାରା କ୍ଷୁଦ୍ର ସଂସ୍ଥାଗୁଡିକୁ ତ୍ୱରିତ ଋଣ ଯୋଗାଣ ସହାୟକ ହେବ। ଜିଏସ୍‌ଟି ଅନୁପାଳନକୁ ସରଳ କରିବା ଏବଂ ପରୋକ୍ଷ ଟିକସ କ୍ଷେତ୍ରରେ ହେଉଥିବା ଚୋରୀକୁ ରୋକିବା ଲାଗି ଏଭଳି ପଦକ୍ଷେପ ନିଆଯାଇଥିବା ସରକାର କହିଛନ୍ତି। ୨୦୨୦ ଜାନୁୟାରୀ ପହିଲାରୁ ଏହାକୁ ପରୀକ୍ଷଣ ଭିତ୍ତିରେ ଆରମ୍ଭ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ୫୦୦ କୋଟି କାରବାର କରୁଥିବା ଫାର୍ମଙ୍କ କ୍ଷେତ୍ରରେ ଏଥି ଲାଗି ଜାନୁୟାରୀ ପହିଲା ଏବଂ ୧୦୦ କୋଟି କାରବାର କରୁଥିବା ଫାର୍ମଙ୍କ ଲାଗି ଫେବୃୟାରୀ ପହିଲାରୁ ପାଇଲଟ ଭିତ୍ତିରେ ଇ-ଇନଭଏସିଂ କାର୍ଯ୍ୟକାରି କରାଯିବ।

Share