Categories: ବାଣିଜ୍ୟ

୧୦୦ କୋଟି ଟଙ୍କାର ପାଣ୍ଠି ଗଠନ କଲା ବେଦାନ୍ତ

ନୂଆଦିଲ୍ଲୀ,୨୩-୩
କରୋନା ଦ୍ୱାରା ପ୍ରଭାବିତ ନିଷ୍ପେସିତ ବର୍ଗର ବ୍ୟକ୍ତି ବିଶେଷଙ୍କ ସହାୟତା କରିବା ଲାଗି ବେଦାନ୍ତ ଗ୍ରୁପ ପକ୍ଷରୁ ୧୦୦ କୋଟି ଟଙ୍କାର ପାଣ୍ଠି ବ୍ୟବସ୍ଥା କରାଯାଇଛି। ସରକାରଙ୍କ କରୋନା ବିରୋଧି ପଦକ୍ଷେପ ଅନ୍ତର୍ଗତ ଯୋଗଦାନ ରଖିଥିବା କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି। ଦୈନିକ ଭିତ୍ତିରେ କାମ କରୁଥିବା କର୍ମଚାରୀଙ୍କ ଜୀବନ ଜିବିକା, କର୍ମଚାରୀ ଏବଂ ଠିକା କର୍ମଚାରି, ପ୍ରତିଶେଧକ ଶିକ୍ଷା ବ୍ୟବସ୍ଥା ଗ୍ରହଣ ଦିଗରେ ଏହି ପାଣ୍ଠି ଖର୍ଚ୍ଚ ହେବ। କମ୍ପାନୀର ବିଭିନ୍ନ ପ୍ଲାଣ୍ଟ ଏବଂ ଲୋକେସନରେ କାମ କରୁଥିବା ବ୍ୟକ୍ତି ବିଶେଷଙ୍କ ମଙ୍ଗଳଲାଗି ଏହି ପାଣ୍ଠି ଖର୍ଚ୍ଚ ହେବ ବୋଲି କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି। କରୋନାକୁ ପ୍ରତିରୋଧ କରିବା ଲାଗି ସରକାର ଉଲ୍ଲେଖନୀୟ କାମ କରୁଛନ୍ତି। ଏକ ଦାୟିତ୍ୱବାନ କମ୍ପାନୀ ଭାବେ ଏ ଦିଗରେ ଯୋଗଦାନ ରଖାଯାଇଥିବା ବେଦାନ୍ତ ରିସୋର୍ସେସର କାର୍ଯ୍ୟନିର୍ବାହି ଅଧ୍ୟକ୍ଷ ଅନୀଲ ଅଗ୍ରଓ୍ବାଲ ସୂଚନା ଦେଇଛନ୍ତି।

Share