୧୦୦ କୋଟି ଦାନ କରିବେ ଲକ୍ଷ୍ମୀ ମିତ୍ତଲ

ଲଣ୍ଡନ,୨ା୪(ପି.ଟି.): ପ୍ରବାସୀ ଭାରତୀୟ କୋଟିପତି ଲକ୍ଷ୍ମୀ ଏନ୍‌. ମିତ୍ତଲ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଗଠିତ ପିଏମ୍‌-କେୟାର୍ସ ପାଣ୍ଠିକୁ ୧୦୦ କୋଟି ଟଙ୍କା ଦାନ କରିବେ ବୋଲି ଘୋଷଣା କରିଛନ୍ତି। କୋଭିଡ-୧୯ ସଂକ୍ରମଣର ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଗଠିତ ପାଣ୍ଠିକୁ ଦାନ କରିବା ଲାଗି ସରକାରଙ୍କ ପକ୍ଷରୁ ଅନୁରୋଧ କରାଯାଇଥିଲା। କରୋନା ସଂକ୍ରମିତଙ୍କ ସୁରକ୍ଷା ଦିଗରେ ଭାରତର ସାମର୍ଥ୍ୟ ବୃଦ୍ଧି ଲାଗି ଆର୍ସେଲର ମିତ୍ତଲ ନିପୋନ ଷ୍ଟିଲ୍‌ ଇଣ୍ଡିଆ ହିନ୍ଦୁସ୍ତାନ ପେଟ୍ରୋଲିୟମ ଏବଂ ମିତ୍ତଲ ଏନର୍ଜୀ ଇନ୍‌ଭେଷ୍ଟମେଣ୍ଟ ପକ୍ଷରୁ ସହାୟତା ପ୍ୟାକେଜ ଘୋଷଣା କରାଯାଇଛି।

Share