Categories: ଫୁରସତ

୧୦୦ ବର୍ଷ ଜୀବିତ ରହୁଥିବା ସୈଲାମେଣ୍ଡରର ମିଳିଲା ସନ୍ଧାନ

ସାରାଜେବୋ,୯।୨: ଦକ୍ଷିଣ ପୂର୍ବ ୟୁରୋପର ବୋସନିଆ ଏବଂ ହେର୍ଜଗୋବିନାରେ ପ୍ରାଣୀ ବିଜ୍ଞାନୀ ୧୦୦ ବର୍ଷ ଜୀବିତ ରହୁଥିବା ସୈଲାମେଣ୍ଡରର ସନ୍ଧାନ ପାଇଛନ୍ତି। କ୍ରୋଏସିଆରେ ପାଣି ଭିତରେ ଥିବା ଗୁମ୍ଫାରୁ ଏହାର ସନ୍ଧାନ ମିଳିଛି। ଓଲମ୍ସ୍‌ ପ୍ରଜାତିର ଏହି ଉଭୟଚର ସୈଲାମେଣ୍ଡର ସାଢ଼େ ୧୨ ବର୍ଷରେ ଥରେ ପ୍ରଜନନ କରିଥାଏ। କ୍ରୋଏସିଆର ପାଣିତଳେ ଥିବା ୭୦୦୦ରୁ ଅଧିକ ଏଭଳି ଗୁମ୍ଫା ରହିଛି। ୨୦୧୪ଠାରୁ ଏନେଇ ଅଧ୍ୟୟନ ଜାରି ରହିଥିଲା। ୧୫ ଗୁମ୍ଫାର ଜଳ ନମୂନା ସଂଗ୍ରହ କରାଯାଇ ଏହାର ପରୀକ୍ଷଣ କରାଯାଇଥିଲା। ସେଥିମଧ୍ୟରୁ କେବଳ ୧୦ଟି ଗୁମ୍ଫାରେ ଏଭଳି ସୈଲାମେଣ୍ଡର ରହିଥିବା ପ୍ରାଣୀ ବିଜ୍ଞାନୀ ସୂଚନା ଦେଇଛନ୍ତି।

Share