ମୁମ୍ବାଇ,୭।୩: ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେଙ୍କ ଶାସନକୁ ୧୦୦ ଦିନ ପୂରିଛି। ଏହି ଅବସରରେ ଉଦ୍ଧବ ଅଯୋଧ୍ୟା ଯାତ୍ରା କରି ସପରିବାର ଲାମଲଲା ଏବଂ ହନୁମାନଗଡ଼ି ଦର୍ଶନ କରିବେ। ଏହାକୁ ମିଶାଇ ତୃତୀୟ ଥର ପାଇଁ ଉଦ୍ଧବ ଅଯୋଧ୍ୟା ଯାତ୍ରା କରୁଛନ୍ତି। ଏହା ପୂର୍ବରୁ ସେ ୨ ଥର ଏଠାକୁ ଆସି ରାମଲଲାଙ୍କ ଦର୍ଶନ କରି ସାରିଛନ୍ତି। ପ୍ରଥମଥର ୨୦୧୮ରେ ଲୋକ ସଭା ନିର୍ବାଚନ ପୂର୍ବରୁ ଏବଂ ଦ୍ୱିତୀୟ ଥର ୨୦୧୯ ଜୁନ୍ରେ ଶିବସେନା ଏମ୍ପିଙ୍କ ସହିତ ରାମଲଲାଙ୍କ ଦର୍ଶନ କରିଥବଲେ। ତେବେ ଚଳିତ ଥର ସେ ଯାତ୍ରା ସମୟରେ ସରଜୂ ନଦୀ ଆଳତି କାର୍ଯ୍ୟକ୍ରମ ଏବଂ ସଭାରେ ଯୋଗଦେବେ ନାହିଁ। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖିସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି ହୋଇଥିବା ଆଡଭାଇଜରୀ ଅନୁସାରେ ଉଦ୍ଧବ ଏସୁ ବାତିଲ କରିଛନ୍ତି।