Categories: ଜାତୀୟ

୧୦୦ ଦିନ ପରେ ଖାଲି ହେଲା ଶାହିନବାଗ

ନୂଆଦିଲ୍ଲୀ,୨୪।୩: ଦୀର୍ଘ ପ୍ରାୟ ୧୦୦ ଦିନର ଆନ୍ଦୋଳନ ପରେ ମଙ୍ଗଳବାର ଖାଲି ହୋଇଛି ଶାହିନବାଗ। ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ ସେଠାରେ ଚାଲିଥିବା ଆନ୍ଦୋଳନ କରୋନା ଭାଇରସ କାରଣରୁ ଶେଷ ହୋଇଥିବା ସୂଚନା ମିଳିଛି। କୁହାଯାଉଛି ଯଦି କରୋନା ଭାଇରସ ଆସି ନ ଥାଆନ୍ତା ତେବେ ଶାହିନବାଗ କେବେ ଖାଲି ହୋଇଥାଆନ୍ତା ତାହା କହିବା ମୁସ୍କିଲ ହୋଇଯାଇଥିଲା। ପୋଲିସ ଓ ପ୍ରଶାସନ ବହୁବାର ଚେଷ୍ଟା କରିଥିଲେ ମଧ୍ୟ ଏଠାରେ ଆନ୍ଦୋଳନରେ ବସିଥିବା ମହିଳା ଓ ଶିଶୁମାନେ ଉଠିବାର ନାଁ ନେଉ ନ ଥିଲେ। ତେବେ ମଙ୍ଗଳବାର ଶାହିନ ବାଗ ଖାଲି ହେବା ସମୟରେ ଏହାକୁ ବିରୋଧ କରୁଥିବା ପ୍ରାୟ ୯ ଜଣଙ୍କୁ ପୋଲିସ ଅଟକ ରଖିଥିବା ଜଣାପଡିଛି। ଶାହିନବାଗର ଆନ୍ଦୋଳନସ୍ଥଳରୁ ମହିଳାମାନଙ୍କୁ ହଟାଇବା ସମୟରେ ପାଖାପାଖି ୨୫ କମ୍ପାନୀ ସୁରକ୍ଷାକର୍ମୀ ଉପସ୍ଥିତ ଥିଲେ।

Share