Categories: ଜାତୀୟ

୧୦୦ ଲୋକପ୍ରିୟ ସହର ମଧ୍ୟରେ ଭାରତର ୭

ଲଣ୍ଡନ, ୬।୧୨(ଆଇଏଏନ୍‌ଏସ୍‌): ବିଶ୍ୱର ସବୁଠାରୁ ଅଧିକ ଲୋକପ୍ରିୟ ୧୦୦ ସହର ମଧ୍ୟରେ ଭାରତର ୭ ସହର ରହିଛନ୍ତି। ବ୍ରିଟେନ୍‌ର ଗ୍ଲୋବାଲ ମାର୍କେଟ ରିସର୍ଚ୍ଚ କମ୍ପାନୀ ୟୁରୋମନିଟର ଇଣ୍ଟରନ୍ୟାଶନାଲ ଷ୍ଟେଟ୍ସର ଏକ ରିପୋର୍ଟରେ ଏହା ପ୍ରକାଶ କରାଯାଇଛି। ହଂକଂ ତାଲିକାର ସର୍ବାଗ୍ରେ ରହିଥିବାବେଳେ ବ୍ୟାଙ୍କକ୍‌, ଲଣ୍ଡନ, ମାକାଉ, ସିଙ୍ଗାପୁର, ନ୍ୟୁୟର୍କ ସିଟି ଆଦି ରହିଛି। ଭାରତର ୭ ସହର ମଧ୍ୟରେ ଦିଲ୍ଲୀ(୧୧), ମୁମ୍ବାଇ(୧୪), ଆଗ୍ରା(୨୬), ଚେନ୍ନାଇ(୩୧), ବେଙ୍ଗାଲୁରୁ(୧୦୦), ଜୟପୁର(୩୪), କୋଲକାତା(୭୪) ରହିଛି। ବିଶ୍ୱର ପର୍ଯ୍ୟଟକଙ୍କ ଲାଗି ଉଦ୍ଦିଷ୍ଟ ଲୋକପ୍ରିୟ ସହର ମଧ୍ୟରେ ଏସିଆ ମହାଦେଶର ସର୍ବାଧିକ ୪୩/୧୦୦ ସହର ରହିଛି।

Share