୧୦୩ କେଜି ଗଞ୍ଜେଇ ଜବତ, ୩ ଗିରଫ

ଫିରିଙ୍ଗିଆ,୧୯।୬- ଫିରିଙ୍ଗିଆ ପୋଲିସ ଡିଣ୍ଡିରାଗାଁ ପଞ୍ଚାୟତ ପାଖରେ ଚଢ଼ାଉ କରି ଏକ ଡାଲା ଅଟୋରୁ ୧୦୩ କେଜି ଗଞ୍ଜେଇ ଜବତ କରିଛି। ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ଫିରିଙ୍ଗିଆର ଜିତେନ୍ଦ୍ର ଦିଗାଲ, ବନ୍ଧୁ ପ୍ରଧାନ ଓ ନୟାଗଡର ଦୀପୁନ ଚିନାର। ଅଟୋ ନଂ(ଓଡି ୧୨ଏ- ୩୧୩୭)ରେ ଗଞ୍ଜେଇ ବୋଝେଇ ହୋଇ ବାହାରକୁ ଚାଲାଣ ହେଉଥିବା ପୋଲିସକୁ ଖବର ମିଳିଥିଲା। ଥାନାଧିକାରୀ ପି. ଶ୍ୟାମସୁନ୍ଦର ରାଓଙ୍କ ନେତୃତ୍ୱରେ ଏକ ଟିମ୍‌ ସେଠାକୁ ଯାଇ ଛପି ରହିଥିଲା। ଗାଡି ଆସିବାରୁ ଅଟକାଇ ଯାଞ୍ଚ ବେଳେ ସେଥିରୁ ଗଞ୍ଜେଇ ଜବତ ହୋଇଥିଲା। ଏନେଇ ନଂ.୫୪/୧୯ରେ ଏକ ମାମଲା ରୁଜୁ ହୋଇଛି ।

Share