ଚେନ୍ନାଇ,୨୧।୫: ଚେନ୍ନାଇର ୮ ବର୍ଷର ବାଳକ ନିଆଲ ଥୋଗୁଲୁଭା ପ୍ରାୟ ୧୦୬ଟି ଭାଷାରେ ପଢି ଲେଖି ପାରନ୍ତି। ଏହାସହ ୧୦ଟି ଭାଷାରେ କଥା ହୋଇପାରନ୍ତି। ନିଆଲଙ୍କ ଏହି ଗୁଣ ଏବେ ଅନେକଙ୍କ ଦୃଷ୍ଟି ଆକର୍ଷଣ କରୁଛି। ଇଣ୍ଟରନେଟ୍ ଓ ୟୁଟ୍ୟୁବ ସହାୟତାରେ ସେ ଏତେ ସବୁ ଭାଷା ଶିଖିଥିବା କୁହନ୍ତି। ଏହାସହ ଇଣ୍ଟରନ୍ୟାଶନାଲ ଫୋନେଟିକ୍ ଆଲଫାବେଟ୍(ଆଇପିଏ) ଏଦିଗରେ ତାଙ୍କୁ ବେଶ୍ ସହାୟ ହୋଇଛି। କାରଣ ଏହା ମାଧ୍ୟମରେ ପ୍ରାୟ ସମସ୍ତ କଥିତ ଭାଷାକୁ ଟ୍ରାନ୍ସକ୍ରାଇବ୍ କରିବା ସହ ଏହାର ଉଚ୍ଚାରଣ କହିଦେଇଥାଏ। କେବେ ତାଙ୍କର ଏହି ଆଗ୍ରହ ପ୍ରକାଶ ପାଇଲା ତାହା ସେ ଜାଣି ନ ଥିବା କହୁଥିବା ବେଳେ ଏବେ ସେ ଆହୁରି ୫ଟି ଭାଷା ଶିକ୍ଷା କରୁଛନ୍ତି।