୧୦୭୧ରୁ ୯୮୯ ନମୁନା ନେଗେଟିଭ୍‌

ବାରିପଦା ଅଫିସ, ୨୭ା୪:  କରୋନା ସନ୍ଦେହରେ ମୟୂରଭଞ୍ଜ ଜିଲାର ୧୦୭୧ ଜଣଙ୍କ ସାମ୍ପୁଲ ପରୀକ୍ଷା ପାଇଁ ପଠାଯାଇଥିବା ବେଳେ ସେଥିମଧ୍ୟରୁ ୯୮୯ ଜଣଙ୍କ ରିପୋର୍ଟ ନେଗେଟିଭ୍‌ ଆସିଛି। ଅବଶିଷ୍ଟ ୮୨ ଜଣଙ୍କ ରିପୋର୍ଟକୁ ଅପେକ୍ଷା କରାଯାଇଛି। ୧୦୭୧ ଜଣଙ୍କ ମଧ୍ୟରୁ ୭୯ ଜଣ ବିଦେଶ ଫେରନ୍ତା, ୩୦୪ ଜଣଙ୍କ ଟ୍ରାଭେଲ ହିଷ୍ଟ୍ରିି ଓ ଜ୍ୱର ଆସିବା, ୨୪୩ ଜଣ କାଶ ହୋଇ ଅସୁସ୍ଥ ଅନୁଭବ କରିବା, ୧୨ ଜଣ ଶ୍ୱାସକ୍ରିୟାରେ ଅସୁସ୍ଥ ଅନୁଭବ କରିବା ଓ ୪୩୩ ଜଣ ବ୍ୟକ୍ତି ହଟସ୍ପଟ ଅଞ୍ଚଳରୁ ଆସିଥିବା କାରଣରୁ ସେମାନଙ୍କ ସ୍ବାବ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଥିଲା। ଉଲ୍ଲେଖଯୋଗ୍ୟ ଯେ, ବର୍ତ୍ତମାନ ସୁଦ୍ଧା ଜିଲାରେ ଗୋଟିଏ ବି ପିଜିଟିଭ କେସ୍‌ ମିଳି ନାହିଁ।

Share