Categories: ଜାତୀୟ

୧୦୭ ଫୁଟର ରାବଣରେ ଅଗ୍ନି ସଂଯୋଗ କଲେ ମୋଦି

ନୂଆଦିଲ୍ଲୀ,୮।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଦିଲ୍ଲୀର ଦ୍ୱାରକା ଶ୍ରୀରାମଲିଳା କମିଟି ମଞ୍ଚରେ ରାବଣ ଦେହରେ ଅଗ୍ନିସଂଯୋଗ କରିଛନ୍ତି । ୧୦୭ ଫୁଟର ରାବଣକୁ ମୋଦି ଦହନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଦିଲ୍ଲୀ ଭାଜପା ଅଧ୍ୟକ୍ଷ ମନୋଜ ତିଓ୍ବାରୀ ଏବଂ ପଶ୍ଚିମ ଦିଲ୍ଲୀର ଏମ୍‌ପି ପ୍ରବେଶ ବର୍ମା ପ୍ରମୁଖ ଉପସ୍ଥିତ ଥିଲେ।

ଏହି ଅବସରରେ ମୋଦି କହିଛନ୍ତି, ଭାରତରେ ବର୍ଷର ୩୬୫ ଦିନରୁ ଏପରି ଗୋଟିଏ ଦିନ ନାହିଁ ଯେଉଁଦିନ ଉତ୍ସବ ପାଳନ ହୁଏ ନାହିଁ। ଉତ୍ସବଗୁଡ଼ିକ ଆମକୁ ଯୋଡେ। ଏହା ସଂସ୍କାର, ଶିକ୍ଷା ଏବଂ ସାମୂହିକ ଜୀବନର ଶିକ୍ଷା ଦେଇଥାଏ। ନବରାତ୍ରୀ ଶକ୍ତିଙ୍କ ସାଧନା, ଉପାସନା ଏବଂ ଆରାଧନାର ପର୍ବ। ଏହା ମନର ଆନ୍ତରିକ ଶକ୍ତିକୁ ଉଦ୍‌ଜୀବିତ କରିବା ସହ ନକରାତ୍ମକ ଶକ୍ତି ଦୂର କରିଥାଏ ବୋଲି ସେ କହିଛନ୍ତି। ତେବେ ଏହି ରାବଣପୋଡି କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା। ସମସ୍ତ ପ୍ରବେଶ ପଥରେ ମେଟାଲ ଡିଟେକ୍ଟର ଲଗାଯାଇଥିଲା।

Share