ବ୍ରହ୍ମପୁର ଅଫିସ,୧୭ା୧୨- ବ୍ରହ୍ମପୁର ଉପକଣ୍ଠ ଆଙ୍କୁଶପୁରସ୍ଥିତ କବିରାଜ ଅନନ୍ତ ତ୍ରିପାଠୀ ଶର୍ମା(କେଏଟିଏସ୍) ଆୟୁର୍ବେଦ ମହାବିଦ୍ୟାଳୟ ଓ ଚିକିତ୍ସାଳୟରେ ଶିଶୁମାନଙ୍କ ପାଇଁ ଟିକାକରଣ ଶିବିର ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି ା ଏହାକୁ କେଏଟିଏସ୍ ଆୟୁର୍ବେଦ କଲେଜ ଅଧ୍ୟକ୍ଷ ପ୍ରଫେସର ଡା. ବିପିନ ବିହାରୀ ଖୁଣ୍ଟିଆ ମୁଖ୍ୟଅତିଥି ଭାବେ ଯୋଗଦେଇ ଉଦ୍ଘାଟନ କରିଥିଲେ। ଏହି ଅବସରରେ ଶିଶୁମାନଙ୍କ ବଳ, ମେଧାବୃଦ୍ଧି ପାଇଁ ‘ସ୍ବର୍ଣ୍ଣପ୍ରାଶନ’ ପ୍ରଦାନ କରାଯାଇଥିଲା। ଆୟୁର୍ବେଦ ଶିଶୁ ବିଶେଷଜ୍ଞ ଡା ବିମଳ କୁମାର ପଣ୍ଡାଙ୍କ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମକୁ ଡା. ବଳରାମ ପ୍ରଧାନ, ଡା. ସଭାଗ୍ୟ ମହାଳିକ ପ୍ରମୁଖ ସହଯୋଗ କରିଥିଲେ। ଆଙ୍କୁଶପୁର ସମେତ ମଶିଆଖାଲି, ବଉଳଝାଳି, ଗୋପାଳପୁର, କୁକୁଡାଖଣ୍ଡି, ହିଞ୍ଜିଳି ଓ ବ୍ରହ୍ମପୁର ଅଞ୍ଚଳରୁ ଆସିଥିବା ପ୍ରାୟ ୧୦୮୦ ଶିିଶୁଙ୍କୁ ଶିବିରରେ ସ୍ବର୍ଣ୍ଣପ୍ରାଶନ ଔଷଧ ଦିଆଯାଇଥିଲା ା