Categories: ଜାତୀୟ

୧୦୯ ଘଣ୍ଟା ପରେ ବୋର୍‌ ଓ୍ବେଲ୍‌ରୁ ଉଦ୍ଧାର ହୋଇ ଜୀବନ ହାରିଲେ ୨ ବର୍ଷ ଶିଶୁ ଫତେହବୀର

ଚଣ୍ଡିଗଡ଼, ୧୧।୬: ପଞ୍ଜାବର ସଙ୍ଗରୁର୍‌ ଅଞ୍ଚଳରେ ୨ ବର୍ଷ ଶିଶୁ ଫତେହବୀର ସିଂ ଏକ ଖୋଲା ବୋର୍‌ଓ୍ବେଲ୍‌ରେ ଅସାବଧାନତାରୁ ଖସିପଡ଼ିଥିଲା। ଜୁନ୍‌ ୬ ସନ୍ଧ୍ୟାଠାରୁ ୨୬ ଜଣିଆ ଉଦ୍ଧାରକାରୀ ଦଳ ପତେହବୀରଙ୍କୁ ବଞ୍ଚାଇବାର ଉଦ୍ୟମ ଜାରି ରଖିଥିଲେ। ୧୦୯ ଘଣ୍ଟାପରେ ମଙ୍ଗଳବାର ଭୋର୍‌ ୫ଟା ୧୨ରେ ଫତେହବୀରଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଫତେହବୀରଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଗତ ୫ ଦିନ ଭୋକରେ ରହି ସେ ଦୁର୍ବଳ ହୋଇପଡ଼ିଥିବା ଡାକ୍ତର ସୂଚନା ଦେଇଛନ୍ତି।

Share