୧୦ ଆତଙ୍କବାଦୀଙ୍କୁ ମୃତ୍ୟୁଦଣ୍ଡାଦେଶ

ଢାକା,୨୧ା୧(ପି.ଟି.): ୨୦୦୧ ଜାନୁୟାରୀ ୨୦ରେ ବାଂଲାଦେଶରେ କମ୍ୟୁନିଷ୍ଟ ପାର୍ଟିର ଏକ ର଼୍ୟାଲିରେ ବୋମା ବିସ୍ଫୋରଣ ହେବାରୁ ୮ ଜଣଙ୍କ ମୃତ୍ୟୁ ଘଟିଥିଲା ଓ ୫୦ ଆହତ ହୋଇଥିଲେ। ଏହି ମାମଲାର ବିଚାର କରି ଢାକା ମେଟ୍ରୋପଲିଟାନ ସେସନ୍ସ କୋର୍ଟ ବେଆଇନ ସଂଗଠନ ହର୍‌କତ-ଉଲ୍‌ ଜିହାଦ ଅଲ୍‌-ଇସ୍‌ଲାମୀ (ହୁଜି)ର ୧୦ ଜଣ ସଦସ୍ୟଙ୍କୁ ମୃତ୍ୟୁଦଣ୍ଡାଦେଶ ଶୁଣାଇଛନ୍ତି। ଏଥିସହିତ ସେମାନଙ୍କୁ ୨୦ହଜାର ଟାକା ଲେଖାଏ ଅର୍ଥଦଣ୍ଡରେ ଦଣ୍ଡିତ କରାଯାଇଛି। ପ୍ରମାଣ ଅଭାବରୁ ଦୁଇଜଣଙ୍କୁ ଦୋଷମୁକ୍ତ କରିଛନ୍ତି ବିଚାରପତି ମହମ୍ମଦ ରବିଉଲ୍‌ ଇସ୍‌ଲାମ। ମୁଖ୍ୟ ଅଭିଯୁକ୍ତ ମୁଫ୍‌ତି ଅବଦୁଲ ହନ୍ନାନ ଅନ୍ୟ ଏକ ମାମଲାରେ ଦୋଷୀସାବ୍ୟସ୍ତ ହୋଇ ଫାଶୀ ପାଇଥିଲେ।

Share