Categories: ଜାତୀୟ

୧୦ କୋଟି ଟଙ୍କାରେ ଜେଡିଏସ ବିଧାୟକଙ୍କୁ କିଣିବାକୁ ଚେଷ୍ଟା କରୁଛି ଭାଜପା: କୁମାରସ୍ବାମୀ

ବେଙ୍ଗାଲୁରୁ, ୧୯।୬: ଭାଜପା ଉପରେ ପୁଣି ବର୍ଷିଛନ୍ତି କର୍ନାଟକ ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ବାମୀ। ଭାଜପା ଜେଡିଏସ ବିଧାୟକଙ୍କୁ ୧୦ କୋଟି ଟଙ୍କାରେ କିଣିବାକୁ ଚାହୁଁଛି ବୋଲି ସେ ଅଭିଯୋଗ କରିଛନ୍ତି। ପାର୍ଟିର ଜଣେ ବିଧାୟକ ତାଙ୍କୁ ଫୋନ୍‌ ଯୋଗେ ଏପରି କହିଥିବା ସେ କହିଛନ୍ତି। ଜେଡିଏସ୍‌ ଛାଡିଲେ ତାଙ୍କୁ ୧୦କୋଟି ଟଙ୍କା ଅଫର୍‌ ଦିଆଯିବ ବୋଲି ଭାଜପା କହିଛି। ଲଗାତର ଜେଡିଏସ-କଂଗ୍ରେସ ସରକାର ଭାଙ୍ଗିବାକୁ ଚେଷ୍ଟା କରୁଛି ଭାଜପା। କିନ୍ତୁ ଜନତାଙ୍କ ଆଶୀର୍ବାଦରୁ ଆମ ସରକାର ୧ ବର୍ଷ ପୂରା କରିଛି। ଆଉ ୪ବର୍ଷ ମଧ୍ୟ ସୁରୁଖୁରୁରେ ଚାଲିବ ବୋଲି ସେ କହିଛନ୍ତି।

Share