୧୦ ଖଣି ପାଇଁ ନିଲାମ ପ୍ରକ୍ରିୟା ଆରମ୍ଭ: ଭାଗନେଲେ ୧୭୬ ବିଡର

ଭୁବନେଶ୍ୱର,୧୯ା୧୧(ବ୍ୟୁରୋ): ରାଜ୍ୟ ସରକାର ୧୦ଟି ଖଣି ନିଲାମ ପାଇଁ ଟେଣ୍ଡର ପ୍ରକ୍ରିୟା ଆରମ୍ଭ କରିଛନ୍ତି। ସେହି ଖଣିଗୁଡ଼ିକ ହେଲା ନୂଆଗଁା ଲୁହାପଥର ଖଣି, ଠାକୁରାଣୀ ଲୁହା ପଥର ଖଣି, ସିଲଜୋରା-କାଳିମାଟି ଲୁହାପଥର ଓ ମାଙ୍ଗାନିଜ୍‌, ଜିିଲିଂ-ଲଙ୍ଗଲୋଟା ଲୁହାପଥର, ଜରିବାହାଲ ଲୁହାପଥର, ରଏଡା-୨, ଜୁରୁରୀ ଲୁହାପଥର, ନାରାୟଣପୋଷି ଲୁହାପଥର ଓ ମାଙ୍ଗାନିଜ୍‌, ମହୁଲ ସୁଖା ଲୁହପଥର ଓ ମାଙ୍ଗାନିଜ୍‌ ଏବଂ ଗୋନୁଆ ଲୁହାପଥର ଖଣି। ଉକ୍ତ ଖଣି ନିଲାମରେ ୧୭୬ ଜଣ ଭାଗ ନେଇଛନ୍ତି। ରଏଡା-୨ ପାଇଁ ୨୧ ଜଣ ବିଡର ଆବେଦନ କରିଥିବାବେଳେ ନୂଆଗାଁ ଖଣି ପାଇଁ ୧୫, ଠାକୁରାଣୀ ପାଇଁ ୧୫, ଜିିଲିଂ-ଲଙ୍ଗଲୋଟା ପାଇଁ ୨୪, ଜୁରୁରୀ ପାଇଁ ୨୨, ଗୋନୁଆ ପାଇଁ ୧୨, ଜରିବାହାଲ ପାଇଁ ୨୫, ମହୁଲସୁଖା ପାଇଁ ୧୮, ନାରାୟଣପୋଷୀ ପାଇଁ ୧୨ ଏବଂ ସିଲଜୋରା-କାଳିମାଟି ଖଣି ପାଇଁ ୧୨ ଜଣ ବିଡର ଆବେଦନ କରିଛନ୍ତି। ସୋମବାର ଏହି ସବୁଖଣି ପାଇଁ ଟେକ୍ନିକାଲ ବିଡ୍‌ ଖୋଲାଯାଇଛି। ମଙ୍ଗଳବାର ଠାରୁ ଖଣି ବିଭାଗର ବୈଷୟିକ କମିଟି ଦ୍ୱାରା ଉକ୍ତ ବିଡରଙ୍କର ବୈଷୟିକ ମୂଲ୍ୟାୟନ ପ୍ରକ୍ରିୟା ଆରମ୍ଭ ହେବ। ଆସନ୍ତା ଡିସେମ୍ବର ୯ ତାରିଖରେ ଖଣି ପାଇବାକୁ ଯୋଗ୍ୟତା ଅର୍ଜନ କରିଥିବା ବିଡରମାନଙ୍କର ତାଲିକା ପ୍ରକାଶ କରାଯିବ ବୋଲି ଖଣି ନିର୍ଦ୍ଦେଶକ ଦୀପକ କୁମାର ମହାନ୍ତି କହିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ କାଳିମାଟି ଖଣି ପାଇଁ ମିଥ୍ରୀ ଇନଫ୍ରା, ସିପି ଇସ୍ପାତ, ବେଦାନ୍ତ, ଦେବବ୍ରତ ବେହେରା, ଅଲଟ୍ରେଡ ମିନେରାଲ, ସାଉଥ ଓ୍ବେଷ୍ଟ ମାଇନିଂ, ରୁଙ୍ଗଟା, କେଜେଏସ, ଏମ.ବାବନା, ଫୋରଓ୍ବେ ଇନଫ୍ରା, ୟାଜଦାନୀ ଏବଂ ଜିଏମ ଆଇରନ ଆବେଦନ କରିଥିବାବେଳେ ନାରାୟଣପୋଷି ଖଣି ପାଇଁ ଇଲେକ୍ଟ୍ରୋଷ୍ଟିଲ, ଶ୍ୟାମ ମେଟାଲିକ୍‌, ଜେଏସପିଏଲ, ବେଦାନ୍ତ, ରୁଙ୍ଗଟା, ଅମ୍ବା ରିଭର କୋ, ଆରଆଇଏନଏଲ, ପ୍ରୋ ମ୍ୟାଟେରିଆଲ, ଓଏମ୍‌ପିଏଲ, ଟିଏସ୍‌ଏଲ ଏବଂ ଆର୍ସେଲର ମିତ୍ତଲ ଆବେଦନ କରିଛନ୍ତି। ସେହିପରି ଜିଲିଂ ଖଣି ପାଇଁ ଆଦାନୀ, ଟିଏସ୍‌ ଆଲଏଜ୍‌, ଶ୍ୟାମ ଷ୍ଟିଲ,ଶ୍ୟାମ ମାଇନିଂ, ଜେଏସ୍‌ପିଏଲ, ଶ୍ୟାମ କୋର, ଓଏମ୍‌ପିଏଲ, ଟିପି ସାଓ, ବିଆରପିଏଲ, କେଜେଏସ୍‌ ପାଓ୍ବାର, ସିରାଜଉଦ୍ଦିନ, ଆଇପି, ଏସେଲ, ନାରବେହେରାମ ବିଶ୍ରାମ,ଜେଏସପିଏଲ, , ଆମଲଗାମ ପାଓ୍ବାର, ଜେଏସ୍‌ଡବ୍ଲ୍ୟୁ ଷ୍ଟିଲ, ଫୋମେଣ୍ଟୋ, ପ୍ରୋ ମିନେରାଲସ୍‌, ରାମଗଡ଼ ମିନେରାଲ୍ସ, ରୁଙ୍ଗଟା ମାଇନ୍ସ, ଆର୍ସେଲର ମିତ୍ତଲ, ଫୋରଓ୍ବେ ଇନଫ୍ରା, ସାଓ୍ବନ ଡେସଟିଲଣ୍ଟିଂ ଏବଂ ବେଦାନ୍ତ ଆବେଦନ କରିଛନ୍ତି।

Share