୧୦ ଗାଡ଼ିରୁ ଜରିମାନା ଆଦାୟ

ହିଞ୍ଜିଳିକାଟୁ,୪ା୬(ଡି.ଏନ୍‌.ଏ.)- ଘୋଡ଼ାହାଡ଼ ଓ ଋଷିକୁଲ୍ୟା ନଦୀରୁ ବେଆଇନ ଭାବେ ବାଲି ଏବଂ ବିଭିନ୍ନ ପାହାଡ଼ରୁ ମୋରମ ଓ ମାଟି ଚୋରାଚାଲାଣ ହେଉଥିବା ବେଳେ ହିଞ୍ଜିଳିକାଟୁ ତହସିଲ ପକ୍ଷରୁ ଚଢ଼ାଉ କରାଯାଇ ୧୦ ଗାଡ଼ିକୁ ଜବତ କରାଯାଇଛି। ମଙ୍ଗଳବାର ହିଞ୍ଜିଳିକାଟୁ ତହସିଲଦାର ଗୋପୀନାଥ କୁଅଁରଙ୍କ ନେତୃତ୍ୱରେ ତହସିଲ କର୍ମଚାରୀଙ୍କୁ ନେଇ ଗଠିତ ୪ଟି ଟିମ ଶିକିରି, ଭାବନ୍ଧ, ବୁରୁପୋଡ଼ା ଓ କଞ୍ଚୁରୁରେ ଚଢାଉ କରିଥିଲେ। ଏହି ଟିମ ମୋରମ ଓ ମାଟି ଚାଲାଣ କରୁଥିବା ୭ଟି ଟ୍ରକ ଓ ୩ଟି ଟ୍ରାକ୍ଟରକୁ ଯାଞ୍ଚ କରିଥିବା ବେଳେ ଆବଶ୍ୟକ କାଗଜପତ୍ର ପାଇ ନ ଥିଲେ। ତେଣୁ ଉକ୍ତ ଗାଡ଼ି ଗୁଡ଼ିକରୁ ୧ ଲକ୍ଷ ୬୭ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଥିଲା। ପରେ ଗାଡ଼ି ଗୁଡ଼ିକୁ ଛାଡ଼ି ଦିଆଯାଇଛି। ଚଢାଉରେ ହିଞ୍ଜିଳିକାଟୁ ଅତିରିକ୍ତ ତହସିଲଦାର ସୁନୀଲ କୁମାର ପ୍ରଧାନ, ରାଜସ୍ବ ନିରୀକ୍ଷକ ସୁନୀଲ ମହାରଣା, ବିନୟ ଶବର, ଦିବାକର ପୂଜାରୀ, ଟିଟୁ ସେଠୀ, ରଘୁମଣି ବେହେରା,ଜି. ଗୋପାଳ ରେଡ୍ଡୀ, ଟୁକୁନା ଗୌଡ଼ ପ୍ରମୁଖଙ୍କ ସହ ରାଜସ୍ବ ବିଭାଗର ବହୁ କର୍ମଚାରୀ ସାମିଲ ଥିଲେ ।

Share