୧୦ ଗ୍ରାମ୍‌ ବ୍ରାଉନସୁଗାର, ୧୧ହଜାର ଟଙ୍କା ଜବତ, ଅଭିଯୁକ୍ତ ନାଗା ଗିରଫ

ଭୁବନେଶ୍ୱର,୯।୩(ବ୍ୟୁରୋ): ବେଆଇନ ବ୍ରାଉନସୁଗାର କାରବାର ଚଳାଇଥିବା ସହଦେବ ବାରିକ ଓରଫ ନାଗାଙ୍କୁ ଖଣ୍ଡଗିରି ଥାନା ପୋଲିସ ଗିରଫ କରିଛି। ଏଥିସହ ତାଙ୍କ ନିକଟରୁ ୧୦ ଗ୍ରାମ ବ୍ରାଉନସୁଗାର ଓ ୧୧ ହଜାର ଟଙ୍କା ଜବତ କରିଛି। ନାଗା ଅତି ଚତୁରତାର ସହ ଖଣ୍ଡଗିରି ଥାନା ଓ ରାଜଧାନୀ ଉପକଣ୍ଠରେ ଥିବା ଶିକ୍ଷାନୁଷ୍ଠାନର ଛାତ୍ରଙ୍କୁ ଟାର୍ଗେଟ କରି ବେପାର ଚଳାଇଥିଲେ। ଏପରି କି କେତେଜଣ ଛାତ୍ରଙ୍କୁ ଏହି କାରବାରରେ ସାମିଲ କରି ବେପାର ବଢ଼ାଇଥିଲେ। କିଛିଦିନ ଟାର୍ଗେଟରେ ଥିବା ଛାତ୍ରଙ୍କୁ ମାଗଣାରେ ବ୍ରାଉନସୁଗାର ନିଶା ଦେଇ ଅଭ୍ୟସ୍ତ କରାଇବା ପରେ ସେମାନଙ୍କୁ ନିଜ ବ୍ୟବସାୟରେ ସାମିଲ୍‌ କରୁଥିଲେ। ପୋଲିସ ନିକଟରେ ସୂଚନା ପହଞ୍ଚତ୍ବା ପରେ ତାଙ୍କୁ ଧରିବାକୁ ଯୋଜନା ହୋଇଥିଲା। ଶନିବାର ସନ୍ଧ୍ୟାରେ ଭରତପୁରସ୍ଥିତ ଶିବମନ୍ଦିର ନିକଟରେ ନାଗା ଗ୍ରାହକଙ୍କୁ ବ୍ରାଉନସୁଗାର ବିକ୍ରି କରୁଥିବା ଖବର ପାଇ ପୋଲିସ ଟିମ୍‌ ସେଠାରେ ଚଢ଼ାଉ କରି ତାଙ୍କୁ କାବୁ କରିଥିଲା। ଏ ନେଇ ପୋଲିସ ୧୬୬/୨୦ରେ ମାମଲା ରୁଜୁ କରି ଅଭିଯୁକ୍ତ ନାଗାଙ୍କୁ କୋର୍ଟ ଚାଲାଣ କରିଥିଲା। ଜାମିନ ଆବେଦନ ଖାରଜ ହେବାରୁ ତାଙ୍କୁ ବିଚାର ବିଭାଗୀୟ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି।

Share