ଭଦ୍ରକ ଅଫିସ, ୧୬ା୪-ଭଦ୍ରକ ଜିଲା ପୁରୁଣାବଜାର ପୋଲିସ ବୁଧବାର ଧନାଟୋଲା ଅଞ୍ଚଳରୁ ୧୦ ଗ୍ରାମ୍ ବ୍ରାଉନସୁଗାର ଜବତ କରିଛି। ଏନେଇ ଜଣେ ବ୍ୟବସାୟୀଙ୍କୁ ଅଟକ ରଖି ପଚରାଉଚରା କରାଯାଇଛି। ଏଥିପୂର୍ବରୁ ଭଦ୍ରକ ଟାଉନ ପୋଲିସ ବନ୍ତଛକ ପୋଲ ତଳେ ପ୍ରାୟ ୩୨ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ବ୍ରାଉନସୁଗାର ଜବତ କରିଥିଲା। ଲକ୍ଡାଉନ ସମୟରେ ନିଶା ମାଫିଆ ମାନେ ଚଢ଼ାଦରରେ ବିକ୍ରି କରିବା ପାଇଁ ବାଲେଶ୍ୱର ଅଞ୍ଚଳରୁ ଭଦ୍ରକକୁ ଚାଲାଣ କରି ନିଜର ସାମ୍ରାଜ୍ୟ ବିସ୍ତାର କରୁଥିବା ଏହା ପ୍ରମାଣିତ କରୁଛି।