Categories: ଜାତୀୟ

୧୦ ଘଣ୍ଟା ପିପିଇ କିଟ୍‌ ପିନ୍ଧିବା ପରେ ଭାଇରାଲ ହେଉଛି ଡାକ୍ତରଙ୍କ ହାତର ଫଟୋ

ନୂଆଦିଲ୍ଲୀ,୨୩।୬: କରୋନା ସଂକ୍ରମଣ ଭଳି ଏକ ଅଦୃଶ୍ୟ ଯୁଦ୍ଧରେ ଲଢି ଚାଲିଛନ୍ତି ଆଗଧାଡିର କରୋନା ଯୋଦ୍ଧା। ଏହି ଆଗଧାଡି ଯୋଦ୍ଧା ତାଲିକାର ସର୍ବାଗ୍ରେ ରହିଛନ୍ତି ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀ। ଏମାନେ ବହୁ ସମୟ ଧରି ପିପିଇ କିଟ୍‌ ପିନ୍ଧି ରହିବା ସହ କରୋନା ସଂକ୍ରମିତଙ୍କ ଚିକିତ୍ସା କରି ଚାଲିଛନ୍ତି। ନିକଟରେ ଜଣେ ଆଇଏଏସ୍‌ ୧୦ ଘଣ୍ଟା ଧରି ପିପିଇ କିଟ୍‌ ପିନ୍ଧି କରୋନା ସଂକ୍ରମିତଙ୍କ ଚିକିତ୍ସା କରିବା ପରେ ଯେତେବେଳେ ପିପିଇ କିଟ୍‌ ଖୋଲି ଦେଇଛନ୍ତି ସେତେବେଳେ ତାଙ୍କ ହାତର ଅବସ୍ଥା କେମିତି ରହିଛି ତା’ର ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଏହି ଫଟୋଟି ଦେଖିବା ପରେ ସହଜରେ ଅନୁମାନ କରାଯାଇ ପାରୁଛି ଯେ କରୋନା ଯୁଦ୍ଧରେ ଆଗଧାଡିର ଯୋଦ୍ଧା ସାଜିଥିବା ଡାକ୍ତରମାନେ ସତରେ କେତେ କଷ୍ଟ କରୁଛନ୍ତି। ଏହି ଫଟୋଟିକୁ ଦେଖିବା ପରେ ସୋସିଆଲ ମିଡିଆ ୟୁଜର୍ସ ଆଗଧାଡିର କରୋନା ଯୋଦ୍ଧାଙ୍କୁ ସଲାମ କରିଛନ୍ତି। ଏହି ଫଟୋଟିକୁ ଆଇଏଏସ୍‌ ଅବନିଶ ସରଣ ଟୁଇଟ୍‌ କରିଥିବା ଜଣାପଡିଛି। ଫଟୋଟି ଶେୟାର କରିବା ସହ ସେ ଲେଖିଛନ୍ତି, ୧୦ ଘଣ୍ଟା ପିପିଇ କିଟ୍‌ ଓ ଗ୍ଳୋଭ୍ସ ପିନ୍ଧି କରୋନା ରୋଗୀଙ୍କ ଚିକିତ୍ସା କରିବା ପରେ ଯେତେବେଳେ ସେମାନେ ଏସବୁ କାଢି ଦେଇଛନ୍ତି ସେତେବେଳେ ତାଙ୍କ ହାତର ଅବସ୍ଥା ଏପରି ହୋଇଛି। ଅବନିଶ ଏହାକୁ ଜୁନ୍‌ ୧୯ରେ ଶେୟାର କରିଛନ୍ତି। ଏବେସୁଦ୍ଧା ଏହାକୁ ୪୬ ହଜାରରୁ ଅଧିକ ଲାଇକ୍ସ ମିଳିଥିବା ବେଳେ ୮ ହଜାରରୁ ଅଧିକଥର ରିଟୁଇଟ୍‌ କରାଗଲାଣି।

Share