୧୦ ଜିଲାକୁ ବର୍ଷା, ବଜ୍ରପାତ: ସତର୍କ ରହିବାକୁ ସୂଚନା

ଭୁବନେଶ୍ୱର, ୧୮।୯(ବ୍ୟୁରୋ): ରାଜ୍ୟର ୧୦ଟି ଜିଲାକୁ ବର୍ଷା ଓ ବଜ୍ରପାତ ହେବାର ସମ୍ଭାବନା ରହିଛି। ଏ ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ବୁଧବାର ସତର୍କ ସୂଚନା ଜାରି କରାଯାଇଛି। ଉକ୍ତ ଜିଲାଗୁଡ଼ିକ ହେଲା ଢେଙ୍କାନାଳ, ଯାଜପୁର, କେନ୍ଦୁଝର, କନ୍ଧମାଳ, ପୁରୀ, ଗଞ୍ଜାମ, ନୟାଗଡ଼, କଟକ, ଖୋର୍ଦ୍ଧା ଓ ମାଲକାନଗିରି। ଦିନ ୧ଟା ୩୦ ଯାଏ ସତର୍କ ରହିବାକୁ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି।

Share