ଭୁବନେଶ୍ୱର,୧୮।୯(ବ୍ୟୁରୋ): ରାଜ୍ୟ କୃଷି ବିଭାଗ ପକ୍ଷରୁ ୧୦ ଜିଲାର କୃଷି ଉପନିର୍ଦ୍ଦେଶକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ଏଯାବତ ନକଲି କୀଟନାଶକ ପ୍ରସ୍ତୁତ କାରୀ ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିବାରୁ କାରଣ ଦର୍ଶାଅ ନୋଟିସ ଜାରି କରିବାକୁ କୃଷି ମନ୍ତ୍ରୀ ଅରୁଣ କୁମାର ସାହୁ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନାନୁଯାୟୀ, ମଙ୍ଗଳବାର ପୂର୍ବାହ୍ନରେ ମନ୍ତ୍ରୀ ଶହୀଦନଗରରେ ଥିବା ପ୍ରାଣୀ ଚିକିତ୍ସା କାର୍ଯ୍ୟାଳୟ, ବହୁମୁଖୀ ପ୍ରାଣୀ ଚିକିତ୍ସାଳୟ, କୁକୁର ବନ୍ଧ୍ୟାକରଣ ଅସ୍ତ୍ରୋପଚାର କେନ୍ଦ୍ର ଗସ୍ତ କରି ଉପସ୍ଥାନ ଖାତା ଯାଞ୍ଚ କରିଥିଲେ। ସେଠାରେ ଅନୁପସ୍ଥିତ ଥିବା କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ କହିଥିଲେ। ଏହାପରେ ମନ୍ତ୍ରୀ ରାଜ୍ୟ ମାନ ନିୟନ୍ତ୍ରଣ ପରୀକ୍ଷାଗାରକୁ ଗସ୍ତ କରିଥିଲେ। ବିଭିନ୍ନ ଗବେଷଣା କେନ୍ଦ୍ର ବୁଲିବା ସହ ସମ୍ମିଳନୀ କକ୍ଷରେ ସମସ୍ତ କର୍ମଚାରୀଙ୍କୁ ୫ଟି ମନ୍ତ୍ର କଡ଼ାକଡ଼ି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।