୧୦ ଜୁଆଡି ଗିରଫ

କେନ୍ଦୁଝର, ୨୨ା୫ (ସ୍ବ.ପ୍ର.)-କେନ୍ଦୁଝର ଟାଉନ ଥାନା ପୋଲିସ ମଙ୍ଗଳବାର ଜୁଆ ଖେଳୁଥିବା ୧୦ ଜଣ ଜୁଆଡିଙ୍କୁ ଶିରିପୁର ଅଞ୍ଚଳରୁ ଗିରଫ କରି କୋର୍ଟ ଚାଲାଣ କରିଛି ା ସେମାନଙ୍କ ନାମ ଶାହା ଆଲାମ ସେଖ, ମାନିନ ଉଲ୍ଲା ଶେଖ, ମୁଜିବୁରୁ ସେଖ, ସାବିର ସେଖ, ଆକବର ଉଲ୍ଲା ସେଖ, ଆକବର ସେଖ, ମନୀଶ ସେଖ, ସମୀର ଉଲ୍ଲା ସେଖ, ପ୍ୟାରେ ଉଲ୍ଲ ସେଖ, ବାକିର ଉଲ ସେଖ ବୋଲି ଜଣାପଡିଛି ା ସେମାନଙ୍କ ଘର ପଶ୍ଚିମବଙ୍ଗ ଅଞ୍ଚଳରେ କିନ୍ତୁ କେନ୍ଦୁଝରରେ ରହି ବିଭିନ୍ନ ପ୍ରକାରର ମିସ୍ତ୍ରୀ କାମ କରୁଥିଲେ ବୋଲି ଜଣାପଡିଛି ା ସେମାନଙ୍କ ଠାରୁ ୧୩,୯୪୦ ଟଙ୍କା, ତାସ, ୩ ବାଇକ, ୮ ମୋବାଇଲ ଫୋନ ଆଦି ଜବତ ହୋଇଥିବା ପୋଲିସ କହିଛି ା ସେମାନେ ଜୁଆ ଖେଳୁଥିବା ବେଳେ ଧରାଯାଇଥିବା ଟାଉନ ଥାନା ଅଧିକାରୀ ସୋମନାଥ ଜେନା କହିଛନ୍ତି।