ନୂଆଦିଲ୍ଲୀ,୧।୬: ଘରୋଇ ବଜାରର ଉପଭୋକ୍ତାଙ୍କ ଲାଗି ୧୧ ଟିକିଆ ମୋବାଇଲ ନମ୍ବର ଜାରି କରିବା ଲାଗି କୌଣସି ପ୍ରସ୍ତାବ ବର୍ତ୍ତମାନ ସୁଦ୍ଧା ଦିଆଯାଇ ନାହିଁ। ଭାରତୀୟ ଟେଲିକମ୍ ନିୟାମକ କର୍ତ୍ତୃପକ୍ଷ ଏ ନେଇ ସ୍ପଷ୍ଟ କରିଛନ୍ତି। ୧୦ ଟିକିଆ ମୋବାଇଲ ନମ୍ବର ଜାରି ରହିବ। ଲ୍ୟାଣ୍ଡଲାଇନ କ୍ଷେତ୍ରରେ ଆଗୁଆ ଜିରୋ ବ୍ୟବହାର କରିବା ଲାଗି ଏହା ପ୍ରସ୍ତାବ ଦେଇଛି ବୋଲି ଜଣାପଡ଼ିଛି।