Categories: ଜାତୀୟ

୧୦ ଦିନରେ ପହଞ୍ଚିଲା ସ୍ବାତୀ ମାଲିଓ୍ବାଲଙ୍କ ଅନଶନ

ନୂଆଦିଲ୍ଲୀ,୧୨।୧୨: ଦିଲ୍ଲୀ ମହିଳା କମିଶନର ମୁଖ୍ୟ ସ୍ବାତୀ ମାଲିଓ୍ବାଙ୍କ ଆମରଣ ଅନଶନ ଗୁରୁବାର ୧୦ମ ଦିନରେ ପହଞ୍ଚିଛି। ଦେଶରେ ବଢି ଚାଲିଥିବା ବଳାତ୍କାର ଘଟଣାକୁ ଲକ୍ଷ୍ୟ କରି ସେ ମହିଳାଙ୍କ ସୁରକ୍ଷାକୁ ନେଇ କେନ୍ଦ୍ର ସରକାରଙ୍କ ନିକଟରେ କିଛି ଦାବି ରଖିଛନ୍ତି। ଆଉ ସେହି ଦାବି ପୂରଣ ନ ହେଲେ ସେ ଅନଶନରୁ ଉଠିବେ ନାହିଁ ବୋଲି କହିଛନ୍ତି। ବଳାତ୍କାର ଅଭିଯୁକ୍ତଙ୍କୁ ଅତିକମ୍‌ରେ ୬ମାସ ମଧ୍ୟରେ ଦଣ୍ଡ ମିଳୁ ବୋଲି ସେ ଦାବି କରିଛନ୍ତି। ଯେପର୍ଯ୍ୟନ୍ତ ସରକାର ତାଙ୍କ ଦାବି ମାନି ନେଇ ନାହାନ୍ତି ସେପର୍ଯ୍ୟନ୍ତ ସେ ଅନଶନରେ ବସିବେ ବୋଲି କହିଛନ୍ତି। ଦୋଷୀଙ୍କୁ ଦଣ୍ଡ ମିଳିଲେ ଓ ନିର୍ଭୟା ଫଣ୍ଡ ଖର୍ଚ୍ଚ ହେଲେ ଯାଇ ପରବର୍ତ୍ତି ଘଟଣା ଘଟି ନ ପାରେ ବୋଲି ସ୍ବାତୀ କହିଛନ୍ତି। ସୂଚନାଯୋଗ୍ୟ, ତେଲେଙ୍ଗାନାର ମହିଳା ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ଘଟଣା ପରେ ସ୍ବାତୀ ମହିଳାଙ୍କ ସୁରକ୍ଷା ଦାବି କରି ଅନଶନରେ ବସିଛନ୍ତି।

Share