ମଦ ପିଇ ୧୦ ଦିନରେ ୪୨୬ ଡ୍ରାଇଭର ଗିରଫ

ଭୁବନେଶ୍ୱର, ୧୬।୯(ବ୍ୟୁରୋ): ସୁପ୍ରିମକୋର୍ଟଙ୍କ ସଡ଼କ ସୁରକ୍ଷା କମିଟିର ନିଷ୍ପତ୍ତି କ୍ରମେ ମଦ୍ୟପାନ କରି ଗାଡ଼ି ଚଳାଉଥିବା ଗାଡ଼ି ଚାଳକଙ୍କୁ ଏଣିକି ଗିରଫ କରାଯାଇଛି। ଓଡ଼ିଶାରେ ଏହି ନିୟମକୁ କଡ଼ାକଡ଼ି ଭାବେ ପାଳନ କରାଯାଉଛି। ପୋଲିସ ସୂତ୍ରରୁ ମିଳିଥିବା ଖବର ମୁତାବକ ଏ ପର୍ଯ୍ୟନ୍ତ ୪୨୬ଜଣ ଗିରଫ ହୋଇଛନ୍ତି। ଗତ ରବିବାର ଗୋଟିଏ ଦିନରେ ୧୪୧ ଜଣଙ୍କୁ ଗିରଫ କରାଯାଇଛି। ଗତ ସେପ୍ଟେମ୍ବର ୬ରୁ ଏହି ଅଭିଯାନ ଆରମ୍ଭ ହୋଇଛି। ଏ ନେଇ ସୋମବାର ପୋଲିସ ଡିଜି ବିଜୟ କୁମାର ଶର୍ମା ସୂଚନା ଦେଇଛନ୍ତି । ତେବେ ମଦ୍ୟପ ଗାଡ଼ି ଚାଳକଙ୍କ ସଂଖ୍ୟା କମାଇବାକୁ ରାଜ୍ୟର ବିଭିନ୍ନ ସ୍ଥାନରେ ଯାଞ୍ଚ କରାଯାଉଥିବା ସେ କହିଛନ୍ତି।

Share