୧୦ ଦିନ ପରେ ଥାନାରେ ଏତଲା

ଗଞ୍ଜାମ,୨୮ା୧୧(ଡି.ଏନ.ଏ.)- ଗଞ୍ଜାମ ଥାନା ଅଞ୍ଚଳରେ ଜଣେ ନାବାଳିକା (୧୬)ଙ୍କୁ ଅପହରଣ କରାଯାଇଥିବା ନେଇ ଗତ ୨୧ରେ ଅଭିଯୋଗ ହୋଇଛି। ଅପହରଣର ୧୦ ଦିନ ପରେ ଅପହୃତା ନାବାଳିକାଙ୍କ ଆଇଙ୍କ ଏତଲାକୁ ଭିତ୍ତି କରି ପୋଲିସ ନଂ. ୧୧୧/୧୯ରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି।
ପ୍ରକାଶ ଯେ, ଗତ ୧୧ ତାରିଖ ଭୋର ୪ଟାରୁ ନାବାଳିକା ଘରେ ନ ଥିବା ପରିବାର ଲୋକ ଜାଣିବା ପରେ ଚାରିଆଡ଼େ ବହୁ ଖୋଜାଖୋଜି କରିଥିଲେ। ପରେ ଉକ୍ତ ଅଞ୍ଚଳର ଜଣେ ଯୁବକ ନାବାଳିକାଙ୍କୁ ଅପହରଣ କରି ନେଇଥିବା ପରିବାର ଲୋକେ ଜାଣି ଗଞ୍ଜାମ ଥାନାରେ ଏତଲା ଦେଇଥିଲେ। ଅପହରଣକାରୀଙ୍କ ପରିବାରକୁ ଏ ସମ୍ପର୍କରେ ପଚାରିବାରୁ ସେମାନେ ଉତ୍‌କ୍ଷିପ୍ତ ହୋଇ ଅପହୃତାଙ୍କ ପରିବାର ଲୋକଙ୍କୁ ବିଭିନ୍ନ ପ୍ରକାର ଧମକ ଦେଇଥିବା ଏତଲାରେ ଦର୍ଶାଯାଇଛି।