Categories: ଖେଳ

୧୦ ଦିନ ପାଇଁ ସୋଏବ ଘରକୁ ଫେରିଲେ

ଲାହୋର,୩୦।୪(ପି.ଟି.)- ପାକିସ୍ତାନ ଅଭିଜ୍ଞ ମିଡଲ ଅର୍ଡର ବ୍ୟାଟ୍ସମ୍ୟାନ ସୋଏବ ମଲିକ ୧୦ ଦିନ ପାଇଁ ଇଂଲଣ୍ଡ ଗସ୍ତରୁ ସ୍ବଦେଶ ଫେରିଛନ୍ତି । ତେବେ ବ୍ୟକ୍ତିଗତ କାରଣରୁ ସେ ଏପରି ନିଷ୍ପତ୍ତି ନେଇଛନ୍ତି ବୋଲି ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ତରଫରୁ ସୋମବାର କୁହାଯାଇଛି। ନିଜ ଘରୋଇ କାମ ସାରି ସେ ୧୦ ଦିନପରେ ଦଳରେ ଯୋଗ ଦେବେ। ତେବେ କେଉଁ କାରଣ ଯୋଗୁ ସୋଏବଙ୍କୁ ୧୦ଦିନ ଛୁଟି ଦିଆଗଲା ସେ ନେଇ ବୋର୍ଡ ତରଫରୁ କିଛି ସ୍ପଷ୍ଟ କରାଯାଇନାହିଁ। ତାଙ୍କ ବ୍ୟକ୍ତିଗତ ବ୍ୟାପାରକୁ ସମ୍ମାନ ଦେଇ ପିସିବି ଏ ସଂକ୍ରାନ୍ତରେ ଅଧିକ କିଛି ସୂଚନା ଦେବାକୁ ମନା କରିଦେଇଛି। ନର୍ଥାମ୍ପଟନସାୟାର ବିପକ୍ଷ ଅଭ୍ୟାସ ମ୍ୟାଚ୍‌ ଠିକ୍‌ ପୂର୍ବରୁ ପିସିବି ଏ ନେଇ ସୂଚନା ଦେଇଛି। ଫଳରେ ମେ ୫ ତାରିଖରେ ଖେଳାଯିବାକୁ ଥିବା ଏକମାତ୍ର ଟି୨୦ ମ୍ୟାଚ୍‌ ସୋଏବ ଖେଳିପାରିବେ ନାହିଁ। ଉଲ୍ଲେଖଥାଉ କି, ମେ ୩୦ରୁ ଇଂଲଣ୍ଡରେ ଦିନିକିଆ ବିଶ୍ୱକପ୍‌ ଆରମ୍ଭ ହେବାକୁ ଯାଉଛି। ତେବେ ଏହା ପୂର୍ବରୁ ପାକିସ୍ତାନ ଘରୋଇ ଇଂଲଣ୍ଡ ସହିତ ଏକ ୫ ମ୍ୟାଚ୍‌ ବିଶିଷ୍ଟି ଦିନିକିଆ ସରିଜରେ ଅବତୀର୍ଣ୍ଣ ହେବ। ୮ ତାରିଖରେ ପ୍ରଥମ ଦିନିକିଆ ମ୍ୟାଚ୍‌ ଖେଳାଯିବ।

Share