Categories: ବାଣିଜ୍ୟ

୧୦ ଦିନ ବନ୍ଦ ହୋଇପାରେ ବମ୍ବେ ଷ୍ଟକ ଏକ୍ସଚେଞ୍ଜ

ନୂଆଦିଲ୍ଲୀ,୨୦-୩: କରୋନା ପ୍ରଭାବ ଯୋଗୁ ଶେୟାର ବଜାରର ନିବେଶକ ଏବେ ଛାନିଆ ହୋଇ ରହିଛନ୍ତି। ଏହାକୁ ବିଚାର କରି ବମ୍ବେ ଷ୍ଟକ ଏକ୍ସଚେଞ୍ଜକୁ ୧୦ ଦିନ ଲାଗି ବନ୍ଦ ରଖାଯାଇପାରେ ବୋଲି ଏକ ଖବର ଗଣମାଧ୍ୟମରେ ପ୍ରକାଶ ପାଇଛି। ଷ୍ଟକ ବଜାରର ଜଣେ ସକ୍ରିୟ ବ୍ରୋକର ନାମ ଗୋପନ ରଖି କହିଛନ୍ତି ଯେ, ନିବେଶକଙ୍କ ମନରେ ଡର ଯୋଗୁ ଷ୍ଟକ ବଜାର ଦିନକୁ ୧୫୦୦ରୁ ୨୦୦୦ ପଏଣ୍ଟ ଖସୁଛି। ଏହାକୁ ଧ୍ୟାନରେ ରଖି ଷ୍ଟକ ବଜାରକୁ ଗୋଟିଏ ସପ୍ତାହ କିମ୍ବା ୧୦ ଦିନ ବନ୍ଦ ରଖାଯାଇପାରେ ବୋଲି ଚର୍ଚ୍ଚା ଜୋର ଧରିଛି। ଏହା ଉପରେ ଏବେ ଯାଏ କୌଣସି ନିଷ୍ପତ୍ତି ଘୋଷଣା ହୋଇ ନ ଥିବା ସେ କହିଛନ୍ତି। ମାତ୍ର ଏପରି ହେଲେ ଭାରତୀୟ ଶେୟାର ବଜାର ଲାଗି ଏହା ଐତିହାସିକ ହେବ। ଏ ନେଇ ଜଣେ ଅଧିକାରୀଙ୍କୁ ପଚାରିବାକୁ ସେ କିଛି ସ୍ପଷ୍ଟ ସୂଚନା ଦେଇ ନାହାନ୍ତି। ଷ୍ଟକ ବଜାରର ସର୍ଟ ସେଲିଂକୁ ସେବି କିଛି ସମୟ ଲାଗି ବନ୍ଦ କରିପାରେ ବୋଲି ଏହା ପୂର୍ବରୁ ଚର୍ଚ୍ଚା ଜୋର ଧରିଥିଲା। ଷ୍ଟକ ଏକ୍ସଚେଞ୍ଜର ୫୦% କର୍ମଚାରୀ ଏବେ ଘରୁ କାମ କରୁଥିବା ଜଣାପଡିଛି।

Share