Categories: ଫୁରସତ

୧୦ ଦେଶ ନିକଟରେ ରହିଛି ବିପୁଳ ପରିମାଣର ସୁନା, ଏହି ସ୍ଥାନରେ ରହିଛି ଭାରତ

ଆମ ପାଇଁ ସୁନା ସୁବଠୁ ମୂଲ୍ୟବାନ ଧାତୁ। କହିରଖୁଛୁ, ଯେଉଁ ଦେଶର ରିଜର୍ଭ ବ୍ୟାଙ୍କ ନିକଟରେ ଯେତେ ଅଧିକ ସୁନା ଗଚ୍ଛିତ ଥାଏ, ସେ ଦେଶ ସେତେ ଶକ୍ତିଶାଳୀ।
ସୁନା ଗଚ୍ଛିତ ରଖିବାରେ ଆମେରିକାର ସ୍ଥାନ ସର୍ବାଗ୍ରେ। ଓ୍ବାଲର୍‌ଡ ଗୋଲ୍ଡ କାଉନସିଲ୍‌ ରିପୋର୍ଟ ଅନୁଯାୟୀ, ଆମେରିକା ନିକଟରେ ୮,୧୩୩.୫ ଟନ୍‌ ସୁନା ଗଚ୍ଛିତ ରହିଛି। ଜର୍ମାନୀ ଦ୍ୱିତୀୟ ସ୍ଥାନରେ ଥିବାବେଳେ ତୃତୀୟରେ ଇଟାଲୀ ରହିଛି। ଇଟାଲୀ ନିକଟରେ ୨୪୫୨ ଟନ୍‌ ସୁନା ଗଚ୍ଛିତ ଅଛି। ୪ର୍ଥରେ ରହିଛି ଫ୍ରାନ୍ସ। ବିଶ୍ୱର ୬୦ ପ୍ରତିଶତ ସୁନା କେବଳ ଫ୍ରାନ୍ସରେ ରହିଛି। ୫ମରେ ଜର୍ମାନୀ ଥିବାବେଳେ ୬ଷ୍ଠ ସ୍ଥାନରେ ରହିଛି ଚାଇନା। ଚାଇନା ନିକଟରେ ୨୧୪୧ ଟନ୍‌ ସୁନା ଗଚ୍ଛିତ ରହିଛି। ୭ମରେ ସୁଇଜରଲାଣ୍ଡ୍‌ ଏବଂ ୮ମରେ ଜାପାନ ରହିଛି। ସେହିପରି ନେଦରଲ୍ୟାଣ୍ଡ୍‌ର ସ୍ଥାନ ୯ମରେ ରହିଛି। ଏହା ନିକଟରେ ୬୧୨ ଟନ୍‌ ସୁନା ଗଚ୍ଛିତ ରହିଛି। ତେବେ ଭାରତ ୧୦ମ ସ୍ଥାନରେ ରହିଛି। ଭାରତ ନିକଟରେ ୫୫୭.୭ ଟନ୍‌ ସୁନା ଗଚ୍ଛିତ ରହିଛି। ଆମ ଦେଶ ନିକଟରେ ସୁନା କମ୍‌ ରହିଛି ମାତ୍ର ବିଶ୍ୱରେ ସବୁଠୁ ଅଧିକ ସୁନା କିଣିଥାନ୍ତି ଭାରତୀୟ।

Share