Categories: ଗଞ୍ଜାମ

୧୦ ଫୁଟ ତଳକୁ ଖସିଲା ଆମ୍ବୁଲାନ୍ସ : ଅଳ୍ପକେ ବର୍ତ୍ତିଲେ ରୋଗୀ

ବାଲିଗୁଡ଼ା,୨୧।୭(ଡି.ଏନ୍‌.ଏ.): ଫୁଲବାଣୀ ଜିଲା ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରୁ ଜଣେ ରୋଗୀଙ୍କୁ ଅଧିକ ଚିକିତ୍ସା ପାଇଁ ୧୦୮ ଆମ୍ବୁଲାନ୍ସରେ ଜିଲା ଚିକିତ୍ସାଳୟକୁ ନିଆଯାଉଥିବା ସମୟରେ ଆମ୍ବୁଲାନ୍ସଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ସୂଚନା ଅନୁଯାୟୀ, ରବିବାର ସକାଳେ ଆମ୍ବୁଲାନ୍ସଟି ରୋଗୀ ନେଇ ଯାଉଥିବା ସମୟରେ କ.ନୂଆଗାଁ ଥାନା ଡାମେରିକିଆ ନିକଟରେ ଭାରସାମ୍ୟ ହରାଇ ୧୦ ଫୁଟ ତଳକୁ ଖସିପଡ଼ିଥିଲା। ତେବେ ଏଥିରେ କେହି ମୃତାହତ ହୋଇ ନ ଥିବା ଜଣାପଡ଼ିଛି। କିଛି ସମୟ ପରେ ରୋଗୀଙ୍କୁ ଅନ୍ୟ ଏକ ଆମ୍ବୁଲାନ୍ସରେ ଫୁଲବାଣୀ ପଠାଯାଇଛି।