Categories: ବାଣିଜ୍ୟ

୧୦ ବର୍ଷରେ ରିଲାଏନ୍ସର ସର୍ବାଧିକ ବୃଦ୍ଧି

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ(ଆର୍‌ଆଇଏଲ୍‌) ଆସନ୍ତା ୧୮ ମାସ ମଧ୍ୟରେ ଋଣମୁକ୍ତ ହୋଇଯିବ ବୋଲି ଏହାର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ସୋମବାର କମ୍ପାନୀର ୪୨ ତମ ବାର୍ଷିକ ସାଧାରଣ ବୈଠକରେ ଘୋଷଣା କରିଥିଲେ। ମଙ୍ଗଳବାର ଷ୍ଟକ୍‌ ମାର୍କେଟରେ ଏହାର ପ୍ରଭାବ ଦେଖିବାକୁ ମିଳିଥିଲା। କମ୍ପାନୀର ଶେୟାର ମୂଲ୍ୟ ୯,୭୨% ବୃଦ୍ଧି ପାଇଥିଲା, ଯାହା କି, ୨୦୦୯ ଜାନୁୟାରୀ ୧୪ ପରେ ଗୋଟିଏ ଦିନରେ ସର୍ବାଧିକ ବୃଦ୍ଧି ଦେଖିବାକୁ ମିଳିଥିଲା। ମଙ୍ଗଳବାର ଆର୍‌ଆଇଏଲ୍‌ ଶେୟାର ମୂଲ୍ୟ ୧୨୭୫.୩୦ ଟଙ୍କାରେ ବନ୍ଦ ହୋଇଛି। ଏହି କାରଣରୁ ରିଲାଏନ୍ସ ପୁନର୍ବାର ଦେଶର ସର୍ବବୃହତ କମ୍ପାନୀ ହେବାର ନିକଟବର୍ତ୍ତୀ ହୋଇଛି। ବର୍ତ୍ତମାନ ଶୀର୍ଷରେ ଥିବା ଟିସିଏସ୍‌ଠାରୁ ଏହା ପ୍ରାୟ ୧ ବିଲିୟନ ଡଲାର ପଛରେ ରହିଛି।

Share