Categories: ଜାତୀୟ

୧୦ ବର୍ଷରେ ୧୫ ହଜାର ବାଂଲାଦେଶୀଙ୍କୁ ମିଳିଛି ଭାରତୀୟ ନାଗରିକତ୍ୱ: ସ୍ବରାଷ୍ଟ୍ର ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୫।୨: ଗତ ୧୦ ବର୍ଷ ମଧ୍ୟରେ ୨୧ ହଜାର ୪ ଶହ ୮ଜଣ ଶରଣାର୍ଥୀଙ୍କୁ ଭାରତୀୟ ନାଗରିକତ୍ୱ ମିଳିଛି। ଏନେଇ ବୁଧବାର ଲୋକ ସଭାରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ସେମାନଙ୍କ ମଧ୍ୟରେ ୧୫ ହଜାର ବାଂଲାଦେଶୀ ରହିଛନ୍ତି। ୨୦୧୦ଠାରୁ ୨୦୧୯ ମଧ୍ୟରେ ସେମାନଙ୍କୁ ଭାରତୀୟ ନାଗରିକତ୍ୱ ମିଳିଛି। ପଚରା ଯାଇଥିବା ଏକ ପ୍ରଶ୍ନର ଉତ୍ତରରେ ସ୍ବରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ଏଭଳି ଲିଖିତ ଉତ୍ତର ଦେଇଛନ୍ତି। ୨୦୧୫ରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ହୋଇଥିବା ବୁଝାମଣା ଅନୁସାରେ ୫୩ଟି ଏନକ୍ଲେଭ୍‌କୁ ଭାରତରେ ସାମିଲ୍‌ କରାଯାଇଥିଲା। ସେତେବେଳେ ୧୪ ହଜାର ୮ଶହ ୬୪ ବାଂଲାଦେଶୀଙ୍କୁ ଭାରତୀୟ ନାଗରିକତ୍ୱ ମିଳିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଆସିବା ପରେ ଶରଣାର୍ଥୀଙ୍କୁ ନାଗରିକତ୍ୱ ଦିଆଯିବା ପ୍ରକ୍ରିୟା ବଢ଼ିଥିବା ନିତ୍ୟାନନ୍ଦ ରାୟ କହିଛନ୍ତି।

Share