Categories: ଜାତୀୟ

୧୦ ବର୍ଷର ପୁରୁଣା ମାମଲା ତୁରନ୍ତ ଫଇସଲା ଲାଗି ହାଇକୋର୍ଟଙ୍କୁ ଅନୁରୋଧ

ନୂଆଦିଲ୍ଲୀ,୨୧।୧୧(ପି.ଟି.): ଦଶବର୍ଷ ତଳର ମାମଲାଗୁଡ଼ିକୁ ତୁରନ୍ତ ଫଇସଲା କରିବା ଲାଗି ଆଇନ ମନ୍ତ୍ରଣାଳୟ ପକ୍ଷରୁ ହାଇକୋର୍ଟଗୁଡ଼ିକୁ ଅନୁରୋଧ କରାଯାଇଥିବା ବୁଧବାର ବିଭାଗୀୟ ମନ୍ତ୍ରୀ ରବିଶଙ୍କର ପ୍ରସାଦ ଲୋକ ସଭାରେ କହିଛନ୍ତି। ଫଳରେ ଦୀର୍ଘଦିନ ଧରି ପଡିରହିଥିବା ମାମଲାଗୁଡିକର ସଂଖ୍ୟା କମିପାରିବ। ଏଥିସହିତ ବିଭିନ୍ନ ଅଦାଲତର ଭିତ୍ତିଭୂମି ବିକାଶ ଲାଗି ସରକାର ପଦକ୍ଷେପମାନ ନେଉଛନ୍ତି। ଏଥିପାଇଁ ଆବଶ୍ୟକ ଅର୍ଥର ୫୦ ପ୍ରତିଶତ କେନ୍ଦ୍ର ସରକାର ଯୋଗାଇସାରିଲେଣି। ଏକ ଜାତୀୟ ନ୍ୟାୟିକ ଡାଟାବେସ୍‌ ସ୍ଥାପନ କରାଯାଉଥିବା ଆଇନମନ୍ତ୍ରୀ ପ୍ରଶ୍ନୋତ୍ତର କାଳରେ କହିଥିଲେ। ଏଥିସହିତ ହାଇକୋର୍ଟଗୁଡିକରେ ୪୭୮ ଜଣଙ୍କୁ ନିଯୁକ୍ତି ଦିଆଯାଇଥିବାବେଳେ ସୁପ୍ରିମକୋର୍ଟ ବିଚାରପତି ସଂଖ୍ୟା ମଧ୍ୟ ବଢ଼ାଯାଇଥିବା ସେ ଗୃହକୁ ସୂଚନା ଦେଇଥିଲେ। ଦେଶର ୨୫ଟି ହାଇକୋର୍ଟରେ ୪୩ ଲକ୍ଷ ମାମଲା ବିଚାର ଅପେକ୍ଷାରେ ପଡିରହିଥିବାବେଳେ ସେଥିରୁ ୧୦ ବର୍ଷରୁ ପୁରୁଣା ମାମଲା ସଂଖ୍ୟା ୮ ଲକ୍ଷରୁ ଅଧିକ।

Share