Categories: ବାଣିଜ୍ୟ

୧୦ ବର୍ଷ ତଳକୁ ଖସିଲା ଟିକସ-ଜିଡିପି ଅନୁପାତ

ନୂଆଦିଲ୍ଲୀ,୧୦।୬: ଆର୍ଥିକ ବର୍ଷ ୨୦୧୯-୨୦ରେ ଦେଶର ଟିକସ ଜିଡିପି ଅନୁମାତ ୧୦ ବର୍ଷ ନିମ୍ନକୁ ଖସିଯାଇଛି। ଏହି ସମୟରେ ଏହା ୯.୮୮% ସ୍ତରକୁ ଖସିଥିବା ଜଣାପଡିଛି। ସୀମା ଶୁଳ୍କ ଏବଂ କର୍ପୋରେଶନ ଟିକସ ଆଦାୟ କମିବା ଯୋଗୁ ଏଭଳି ସ୍ଥିତି ଉପୁଜିଛି। ଏହି ସମୟରେ ଉତ୍ପାଦ ଟିକସ ସଂଗ୍ରହରେ ସାମାନ୍ୟ ଅଭିବୃଦ୍ଧି ପରିଲକ୍ଷିତ ହୋଇଛି। ଲକ୍‌ଡାଉନର ପ୍ରଭାବ ମଧ୍ୟ ଏଥିରେ ସାମିଲ ରହିଛି। ଆର୍ଥତ୍କ ବର୍ଷ ୨୦୧୮-୧୯ରେ ଟିକସ ଜିଡିପି ଅନୁପାତ ୧୦.୯୭% ରହିଥିବା ବେଳେ ୨୦୧୭-୧୮ରେ ୧୧.୨୨% ସ୍ତରରେ ରହିଥିଲା। ଆର୍ଥତ୍କ କାର୍ଯ୍ୟକଳାପ ହ୍ରାସ ଏବଂ ଟିକସ ସଂଗ୍ରହ କମୁଥିବାରୁ ଏହି ବ୍ୟବଧାନ ବଢ଼ିବ ବୋଲି ଆକଳନ କରାଯାଇଛି।

Share