୧୦ ବର୍ଷ ପରେ ପରଦାକୁ ଫେରିବେ ସୁସ୍ମିତା

ବଲିଉଡର ସମସ୍ତ ସୁନ୍ଦରୀ ଅଭିନେତ୍ରୀଙ୍କ ମଧ୍ୟରୁ ସୁସ୍ମିତା ସେନ ଜଣେ। ଦୀର୍ଘଦିନ ଧରି ସେ ଫିଲ୍ମଠୁ ଦୂରେଇ ଯାଇ ପରିବାର ଏବଂ ପିଲାଙ୍କୁ ପୂରା ସମୟ ଦେଉଛନ୍ତି। ଏବେ ଦୀର୍ଘ ୧୦ ବର୍ଷ ପରେ ସେ ବଲିଉଡକୁ ଫେରିବାକୁ ଯାଉଛନ୍ତି। ଏକଥା ନିଜେ ସେ ଘୋଷଣା କରିଛନ୍ତି। ସେ କହିଛନ୍ତି, ଦର୍ଶକମାନେ ମୋତେ ପରଦାରେ ଦେଖିବାକୁ ୧୦ ବର୍ଷ ପର୍ଯ୍ୟନ୍ତ ଅପେକ୍ଷା କଲେ। ମୁଁ ମୋ ଫ୍ୟାନ୍ସଙ୍କର ବଡ ଫ୍ୟାନ୍‌ ହୋଇଯାଉଛି। ମୋ ସବୁ ପଦକ୍ଷେପକୁ ଦର୍ଶକ ମୋତେ ଉତ୍ସାହିତ କରିଛନ୍ତି। ତେଣୁ ପ୍ରଶଂସକଙ୍କ ଭଲପାଇବା ଯୋଗୁ ମୁଁ ପୁଣିଥରେ ପରଦା ଫେରିବାକୁ ଯାଉଛି ବୋଲି ସେ କହିଛନ୍ତି। ନିଜଠାରୁ ୧୫ ବର୍ଷ ସାନ ରୋହମନ ଶାଲଙ୍କୁ ପ୍ରେମ କରି ବସିଛନ୍ତି। ଉଭୟ ଖୁବ୍‌ଶୀଘ୍ର ବିବାହ କରିବେ ବୋଲି ଜଣାପଡିଛି।

Share