୧୦ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୯୫ ପ୍ରତିଶତ

ନୂଆଦିଲ୍ଲୀ, ୭।୬: ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୯ ହଜାର ୯୪୬ରେ ପହଞ୍ଚିଛି। ସେହିପରି ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୪୭ ହଜାର ୪୦ ରହିଛି। ସେଥିମଧ୍ୟରୁ ୧୦ଟି ରାଜ୍ୟରେ ମୃତକଙ୍କ ସଂଖ୍ୟା ମୋଟ ମୃତ୍ୟୁ ସଂଖ୍ୟାର ୯୫ ପ୍ରତିଶତ ରହିଛି। ଏସବୁ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୮୪ ପ୍ରତିଶତ ରହିଛି। ମହାରାଷ୍ଟ୍ର, ତାମିଲନାଡୁ, ଦିଲ୍ଲୀ, ଗୁଜରାଟ, ରାଜସ୍ଥାନ, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ,ପଶ୍ଚିମବଙ୍ଗ, କର୍ନାଟକ, ବିହାର ଆଦି ରାଜ୍ୟରେ ସଂକ୍ରମିତ ଏବଂ ମୃତକଙ୍କ ସଂଖ୍ୟା ଅଧିକ ରହିଛି। ମହାରାଷ୍ଟ୍ର, ଗୁଜରାଟ, ଦିଲ୍ଲୀ, ମଧ୍ୟପ୍ରଦେଶ, ପଶ୍ଚିମବଙ୍ଗରେ ମୃତକଙ୍କ ସଂଖ୍ୟା ୮୩ ପ୍ରତିଶତ ରହିଛି। ଦିଲ୍ଲୀରେ ସ୍ଥିତି ଧୀରେ ଧୀରେ ଗୁରୁତର ହେବାରେ ଲାଗିଛି। ସୁରକ୍ଷା ଦୃଷ୍ଟିରୁ ଏସବୁ ୧୦ ରାଜ୍ୟରେ ନମୁନା ପରୀକ୍ଷା ହାର ବୃଦ୍ଧି କରାଯାଇଛି।

Share