Categories: ଫୁରସତ

୧୦ ଲକ୍ଷରୁ ଅଧିକ ଲୋକଙ୍କ ଜୀବନ ନେଇଥିଲା ଟେଲିଫୋନ୍‌

ଓ୍ବାଶିଂଟନ,୨୩।୨: ହିଟଲରଙ୍କ ଶାସନ ସମୟରେ ତାଙ୍କ ଦ୍ୱାରା ବ୍ୟବହୃତ ହେଉଥିବା ଟେଲିଫୋନ୍‌ ୧୦ଲକ୍ଷରୁ ଅଧିକ ଲୋକଙ୍କ ଜୀବନ ନେଇଥିବା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବା ସ୍ବାଭାବିକ। ପ୍ରକୃତରେ ଏହି ଟେଲିଫୋନରେ ନାଜି ବାହିନୀଙ୍କୁ ଆଦେଶ ଦେଇ ହିଟଲର ଲୋକଙ୍କ ମୃତ୍ୟୁର କାରଣ ସାଜିଥିଲେ। ଏହାକୁ ୧୯୪୫ରେ ନିର୍ମାଣ କରାଯାଇଥିଲା। ପରେ ୨୦୧୭ରେ ଆମେରିକା ପକ୍ଷରୁ ଏହି ଟେଲିଫୋନ୍‌କୁ ୨ କୋଟି ଟଙ୍କାରେ ବିକ୍ରି କରାଯାଇଥିଲା। ହିଟଲରଙ୍କ ମୃତ୍ୟୁ ପରେ ଏହାକୁ ବର୍ଲିନର ଏକ ବଙ୍କରରୁ ଉଦ୍ଧାର କରାଯାଇଥିଲା। ଏହାକୁ ଲୋକେ ହତ୍ୟାକାରୀ ଟେଲିଫୋନ୍‌ କହିଥାନ୍ତି।

Share