୧୦ ଲକ୍ଷ ଟଙ୍କାର ଗୁଟ୍‌ଖା ଜବତ

ବ୍ରହ୍ମପୁର ଅଫିସ,୯ା୮- ବଡବଜାର ପୋଲିସ ଗୁରୁବାର ପାଣିଗ୍ରାହୀ ପେଣ୍ଠରେ ଥିବା ଏକ ଗୁଟ୍‌ଖା କାରଖାନାରେ ଚଢାଉ କରି ବିପୁଳ ପରିମାଣର ଗୁଟ୍‌ଖା ଜବତ କରିଛି। ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ା ସେ ହେଲେ କାରଖରାନାର କର୍ମଚାରୀ ପାଣିଗ୍ରାହୀପେଣ୍ଠର ହରିହର ଦାସ। ତାଙ୍କୁ ଶୁକ୍ରବାର କୋର୍ଟ ଚାଲାଣ କରାଯିବ ବୋଲି ଥାନା ଅଧିକାରୀ ପ୍ରଶାନ୍ତ କୁମାର ଭୂପତି କହିଛନ୍ତି। ମାଲିକ ରାମଚନ୍ଦ୍ର ସାହୁ ଫେରାର ହୋଇଯାଇଛନ୍ତି । ଗୁରୁବାର ଉକ୍ତ ଗୁଟ୍‌ଖା କାରଖାନାରେ ଚଢାଉ ବେଳେ ସେଠାରୁ ପୋଲିସ ୧୦୫ ବସ୍ତା ଗୁଟ୍‌ଖା, ୨ ମେଶିନ ଓ ଗୁଟ୍‌ଖା ପ୍ରସ୍ତୁତି ସରଞ୍ଜାମ ଜବତ କରିଛି। ଉକ୍ତ ୧୦୫ ବସ୍ତା ଗୁଟ୍‌ଖା ବିକ୍ରି କରିବା ପାଇଁ ସେଠାରେ ମହଜୁଦ ଥିଲା ବୋଲି ପୋଲିସ କହିଛି। ଏହା ବ୍ୟତୀତ ଉକ୍ତ କାରଖାନାରେ ୧୦ ପ୍ରକାର ଗୁଟ୍‌ଖା ପ୍ରସ୍ତୁତ ହେଉଥିବା ନେଇ ପୋଲିସ ସୂଚନା ଦେଇଛି। ଜବତ ଗୁଟ୍‌ଖାର ମୂଲ୍ୟ ୧୦ ଲକ୍ଷ ଟଙ୍କା ହେବ ବୋଲି ପୋଲିସ କହିଛି। କାରଖାନା ମାଲିକ ରାମଚନ୍ଦ୍ର ସାହୁ ଚଢାଉ ବେଳେ ସେଠାରୁ ଖସି ପଳାଇଯାଇଥିବା ପୋଲିସ ସୂଚନା ଦେଇଛି। ଏନେଇ ନଂ.୧୭୬/୧୯ରେ ଏକ ମାମଲା ରୁଜୁ ହୋଇଥିବା ବେଳେ ମାଲିକ ରାମଚନ୍ଦ୍ରଙ୍କୁ ଧରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି।