୧୦ ଲକ୍ଷ ଦେଲା ଏୟୁସିସି ବ୍ୟାଙ୍କ

ଢେଙ୍କାନାଳ ଅଫିସ୍‌, ୧।୪ – ଅନୁଗୋଳ ସଂଯୁକ୍ତ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ(ଏୟୁସିସି) ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ମଙ୍ଗଳବାର ୧୦ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି ା ବ୍ୟାଙ୍କ ସଭାପତି ଅକ୍ଷୟ କୁମାର ମହାନ୍ତି ଢେଙ୍କାନାଳ ଜିଲା କାର୍ଯ୍ୟାଳୟରେ ଜିଲାପାଳ ଭୂମେଶ ଚନ୍ଦ୍ର ବେହେରାଙ୍କୁ ଏ ସମ୍ପର୍କିତ ଚେକ୍‌ ପ୍ରଦାନ କରିଥିଲେ। ସେହିପରି ପୂର୍ବତନ ବିଧାୟକ ନବୀନ ନନ୍ଦ ଗୋଟିଏ ମାସର ପେନ୍‌ସନ ବାବଦ ୩୮ ହଜାର ଟଙ୍କା ଚେକ୍‌ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ଦେଇଛନ୍ତି। କରୋନା ଭୂତାଣୁ ସଂକ୍ରମଣ ପ୍ରତିରୋଧ ଲାଗି ରାଜ୍ୟ ସରକାର ଗ୍ରହଣ କରିଥିବା ପଦକ୍ଷେପକୁ ସେ ସ୍ବାଗତ କରିଛନ୍ତି। ଅନୁରୂପ ଭାବେ ସ୍ଥାନୀୟ ରାଇଜିଂ ଷ୍ଟାର କ୍ଲବର ସଦସ୍ୟମାନେ ୫୦ହଜାର ଟଙ୍କାର ଚେକ୍‌ ଜିଲାପାଳଙ୍କ ଜରିଆରେ ପ୍ରଦାନ କରିଛନ୍ତି। କ୍ଲବର ସମ୍ପାଦକ ଗୁରୁପଦ ବିଶ୍ୱାଳ, ଉପସଭାପତି ରଶ୍ମିରଞ୍ଜନ ପାଢ଼ୀ, ମନୋଜ ପୃଷ୍ଟି ପ୍ରମୁଖ ଉପସ୍ଥିତ ଥିଲେ।

Share