ନୂଆଦିଲ୍ଲୀ, ୨।୪: ଏଲଜି ଇଲେକଟ୍ରୋନିକ୍ସ ଇଣ୍ଡିଆ ପକ୍ଷରୁ କରୋନା ବିରୋଧୀ ଲଢେଇରେ ଯୋଗଦାନ ରଖାଯାଉଛି। କମ୍ପାନୀ ଅକ୍ଷୟ ପାତ୍ର ଫାଉଣ୍ଡେଶନ ସହ ମିଳିତ ହୋଇ ଲକ୍ଡାଉନରେ ଫସି ରହିଥିବା ଦିନ ମଜୁରିଆମାନଙ୍କୁ ରନ୍ଧା ଖାଦ୍ୟ ସାରା ଦେଶରେ ଯୋଗାଇ ଦେଉଛି। ଦୈନିକ ୨ ଥର ଖାଦ୍ୟ ଯୋଗାଣ ନେଇ କମ୍ପାନୀ ପଦକ୍ଷେପ ନେଇଛି। ଏହି ଯୋଜନା ଅନ୍ତର୍ଗତ ସାରା ଦେଶରେ ୧୦ ଲକ୍ଷ ଲୋକଙ୍କୁ ଖାଇବା ଯୋଗାଇବା ଦିଗରେ କମ୍ପାନୀ ଯୋଗଦାନ ରଖିବ ବୋଲି କହିଛି। ଏହାବାଦ ଡାକ୍ତର ଏବଂ ସ୍ବାସ୍ଥ୍ୟ କ୍ଷେତ୍ରରେ କାର୍ଯ୍ୟରତ ବ୍ୟକ୍ତି ବିଶେଷଙ୍କ ଲାଗି ସୁରକ୍ଷା ଉପକରଣ ଯୋଗାଣ ଦିଗରେ ପଦକ୍ଷେପ ଜାରି ରହିଛି ବୋଲି କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି। ସେହିଭଳି ହସ୍ପିଟାଲଗୁଡିକୁ କମ୍ପାନୀ ନିଜର ପ୍ରଡକ୍ଟ ଯୋଗାଣ ଦିଗରେ କାର୍ଯ୍ୟକ୍ରମ ଜାରି ରଖିଥିବା କହିଛି।