Categories: ଜାତୀୟ

୧୦ ହଜାର ନୁହେଁ, ହଜାରେ ଏଏମ୍‌ୟୁ ଛାତ୍ରଙ୍କ ବିରୋଧରେ ହୋଇଛି ମାମଲା: ସ୍ପଷ୍ଟ କଲା ୟୁପି ପୋଲିସ

ଆଲିଗଡ,୨୮।୧୨: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ ସାରା ଦେଶରେ ହିଂସାର ବାତାବରଣ ଉପୁଜିଛି। ଏଥିରେ ଉତ୍ତର ପ୍ରଦେଶର ଆଲିଗଡ଼ ମୁସଲିମ ୟୁନିଭର୍ସିଟି(ଏଏମ୍‌ୟୁ)ର ୧୦ ହଜାର ଛାତ୍ରଙ୍କ ବିରୋଧରେ ମାମଲା ହୋଇଥିବା ପ୍ରଥମେ ରିପୋର୍ଟ ପ୍ରକାଶ ପାଇଥିଲା। ଏବେ ଉତ୍ତର ପ୍ରଦେଶ ପୋଲିସ ସ୍ପଷ୍ଟ କରିଛି ଯେ ୧୦ ହଜାର ନୁହେଁ, ବରଂ ହଜାରେ ଛାତ୍ରଙ୍କ ବିରୋଧରେ ମାମଲା କରାଯାଇଛି। ପୂର୍ବ ରିପୋର୍ଟରେ କ୍ଲରିକାଲ ମିଷ୍ଟେକ ଥିବା ଦର୍ଶାଇଛି ପୋଲିସ। ସିନିୟର ସୁପରିଣ୍ଟେଣ୍ଡେଣ୍ଟ ଅଫ୍‌ ପୋଲିସ(ଏସ୍‌ଏସ୍‌ପି) ଆକାଶ କୁଲହାରୀ ଏହି ସୂଚନା ଦେଇଛନ୍ତି।

Share