୧୦ ହଜାର ପଇସା କେତେ ଟଙ୍କା: ଉତ୍ତର ଦେଇପାରିଲେନି ଗଣିତ ଶିକ୍ଷୟିତ୍ରୀ

ମୁମ୍ବାଇ,୨।୯: ଘରୋଇ ଟେଲିଭିଜନ ଚ୍ୟାନେଲରେ ପ୍ରସାରିତ ଶୋ’ ‘କୌନ ବନେଗା କରୋଡପତି’ ଏହାର ଟିଆର୍‌ପିକୁ ନେଇ ବେଶ୍‌ ପରିଚିତ। କାରଣ ଏହା ଏକ ଲୋପକ୍ରିୟ ଶୋ’। ନିକଟରେ ଅଗଷ୍ଟ ୩୦ରେ ଏଥିରେ ଭାଗ ନେଇଥିଲେ ଜଣେ ଗଣିତ ଶିକ୍ଷୟିତ୍ରୀ। ଗ୍ରେଟର ନଏଡାର ଏହି ଗଣିତ ଶିକ୍ଷୟିତ୍ରୀ ହଟ୍‌ସିଟ୍‌ରେ ବସିବା ପରେ ହୋଷ୍ଟ ତଥା ବଲିଉଡ୍‌ ମହାନାୟକ ଅମିତାଭ ବଚ୍ଚନ ପ୍ରଶ୍ନ କରିଥିଲେ,‘୧୦ ହଜାର ପଇସା କେତେ ଟଙ୍କା’। ହେଲେ ଏହି ପ୍ରଶ୍ନର ଉତ୍ତର ଦେଇ ପାରି ନ ଥିଲେ ଗଣିତ ଶିକ୍ଷୟିତ୍ରୀ ଦୀପିକା ଶର୍ମା। ଆଉ ଏଥିପାଇଁ ସେ ଲାଇଫ୍‌ ଲାଇନ୍‌ ବ୍ୟବହାର କରିଥିଲେ। ଆଉ ଗଣିତ ଶିକ୍ଷୟିତ୍ରୀ ଭାବେ ଦୀପିକାଙ୍କ ଏଭଳି ଜ୍ଞାନକୁ ନେଇ ଏବେ ସବୁଠି ଆଲୋଚନା ହେଉଛି।

Share