୧୦ ହଜାର ୫୫ ବର୍ଷରୁ ଅଧିକ ବୟସ୍କ ଲୋକ ଚାହୁଁଛନ୍ତି ଇଛା ମୃତ୍ୟୁ

ଆମଷ୍ଟରଡାମ,୧।୨: ନେଦରଲାଣ୍ଡର ବରିଷ୍ଠ ନାଗରିକ ଇଛା ମୃତ୍ୟୁ ଚାହୁଁଛନ୍ତି। ସେମାନଙ୍କର ବୟସ ୫୫ ବର୍ଷରୁ ଅଧିକ ରହିଛି। ଦେଶର ୧୦ ହଜାର ଶହେ ୫୬ ଲୋକ ଇଛାମୃତ୍ୟୁ ଆବେଦନ ସରକାରଙ୍କ ପାଖକୁ ପଠାଇଛନ୍ତି। ଦେଶରେ ଇଛାମୃତ୍ୟୁ ଚାହୁଁଥିବା ଏଭଳି ଲୋକଙ୍କ ସଂଖ୍ୟା ୦.୧୮ ପ୍ରତିଶତ ଥିବା କୁହାଯାଉଛି। ୧୭ ବର୍ଷ ବୟସରୁ ଅଧିକ ବୟସ୍କ ଲୋକଙ୍କ ଇଛାମୃତ୍ୟୁ ଆବେଦନ ଉପରେ ଏକ ପ୍ରସ୍ତାବ ଶନିବାର ସଂସଦରେ ଆଗତ କରାଯିବ ବୋଲି ସାଂସଦ ପିୟା ଡିଜଷ୍ଟ୍ରା କହିଛନ୍ତି। ସମାଜର ପରିବାର ସଦସ୍ୟଙ୍କ ସ୍ନେହ, ଯତ୍ନରୁ ବଞ୍ଚିତ ହୋଇ ବରିଷ୍ଠ ନାଗରିକମାନେ ଏଭଳି ଆବେଦନ କରିଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନାଯୋଗ୍ୟ, ୨୦୦୧ରେ ନେଦରଲାଣ୍ଡ୍‌ରେ ଇଛାମୃତ୍ୟୁ ବ୍ୟବସ୍ଥାକୁ ବନ୍ଦ କରାଯାଇଥିଲା। ଅଧିକ ଲୋକ ଇଛାମୃତ୍ୟୁ ଚାହିଁବାରୁ ସରକାର ବାଧ୍ୟ ହୋଇ ଏଭଳି ନିଷ୍ପତ୍ତି ନେଇଥିଲେ।

Share