୧୧ବର୍ଷରେ ବିଦ୍ୟୁତ୍‌ ସଂସ୍ପର୍ଶରେ ମରିଛନ୍ତି ୧୧୯ ହାତୀ

ଭୁବନେଶ୍ୱର, ୨୦-୧୧(ବ୍ୟୁରୋ):ରାଜ୍ୟରେ ଗତ ୧୧ବର୍ଷରେ ୧୧୯ ହାତୀଙ୍କ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ମୃତ୍ୟୁ ଘଟିଛିିି। ୨୦୦୯-୧୦ଠାରୁ ୨୦୧୯-୨୦ ମଧ୍ୟରେ ଘଟିଥିବା ଏହି ହାତୀ ମୃତ୍ୟୁରେ କେନ୍ଦୁଝର ଜିଲାର ମୋଟ ୧୧ ହାତୀ ମରିଛନ୍ତି। ଏଥିପାଇଁ ୧୪୮ଙ୍କୁ ଦାୟୀ କରାଯାଇ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ତନ୍ମଧ୍ୟରେ ୧୩୩ ଜନସାଧାରଣ, ୧୧ ଜଙ୍ଗଲ ବିଭାଗ ଅଧିକାରୀ ଓ ୪ ବିଦ୍ୟୁତ ବିଭାଗ କର୍ମଚାରୀ ରହିଛନ୍ତି ବୋଲି ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଛନ୍ତି। ମଙ୍ଗଳବାର ବିଧାନସଭାରେ ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କ ‘ବିଦ୍ୟୁତ୍‌ ସଂସ୍ପର୍ଶରେ ମୃତ ହାତୀଙ୍କ ସଂଖ୍ୟା’ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଏହି ସୂଚନା ଦେଇଛନ୍ତି।

Share