Categories: ଜାତୀୟ

୧୧ବର୍ଷରେ ୭୩ କୋଟି ଟଙ୍କାର କୂଅ ପାଣି ଚୋରି: ୬ ଜଣଙ୍କ ବିରୋଧରେ ମାମଲା

ମୁମ୍ବାଇ,୧୭।୧୦: ମହାରାଷ୍ଟ୍ର ମୁମ୍ବାଇରେ ପୋଲିସ କୂଅ ପାଣି ଚୋରି ଅଭିଯୋଗରେ ୬ ଜଣଙ୍କ ବିରୋଧରେ ଏକ ମାମଲା ଦାଏର କରିଛି। ୧୧ ବର୍ଷ ମଧ୍ୟରେ ଅଭିଯୁକ୍ତମାନେ ୭୩ କୋଟି ୧୯ ଲକ୍ଷ ଟଙ୍କାର ଭୂତଳ ଚୋରି କରିଥିବା ପୋଲିସ ସୂଚନା ଦେଇଛି। ସ୍ଥାନୀୟ କାଳବାଦେବୀ ଅଞ୍ଚଳରେଥିବା ବୋମାନଜୀ ମାଷ୍ଟଣ ଲେନ୍‌ର ପାଣ୍ଡ୍ୟା ମାନ୍‌ଶନ ମାଲିକ ତ୍ରିପୁରା ପ୍ରସାଦ ନାନଲାଲ୍‌ ପାଣ୍ଡ୍ୟାଙ୍କ ବିରୋଧରେ ଏହି ମାମଲା ରୁଜୁ ହୋଇଛି। ସୁରେଶ କୁମାରଙ୍କ ଜମିରେ ଅବୈଧ ଭାବେ ପାଣ୍ଡ୍ୟା କୂଅ ଖୋଳିଥିବା ଅଭିଯୋଗ ହୋଇଛି।

Share