Categories: ବାଣିଜ୍ୟ

୧୧ବର୍ଷର ସର୍ବନିମ୍ନ ସ୍ତରରେ ୟୁଆନ

ନୂଆଦିଲ୍ଲୀ,୨୭-୮: ଆମେରିକା ସହ ଆରମ୍ଭ ହୋଇଥିବା ବାଣିଜ୍ୟ ଯୁଦ୍ଧ କାରଣରୁ ଚାଇନାର ମୁଦ୍ରା ୟୁଆନ ସୋମବାର ଡଲାର ମୁକାବିଲାରେ ୧୧ ବର୍ଷର ସର୍ବନିମ୍ନ ସ୍ତରରେ ପହଞ୍ଚତ୍ୟାଇଛି। ଏବେ ଗୋଟିଏ ଡଲାର ବିନିମୟରେ ୟୁଆନ୍‌ ମୂଲ୍ୟ ୭.୧୪୮୭ ରହିଛି। ହଂକଂରେ ଗତ ସପ୍ତାହରେ ସ୍ବାଧୀନତା ଦାବିରେ ବିକ୍ଷୋଭ ପ୍ରଦର୍ଶନ ଉଗ୍ରରୂପ ନେବା ପରେ ଏବଂ ଆମେରିକା-ଚାଇନା ମଧ୍ୟରେ ବାଣିଜ୍ୟ ଯୁଦ୍ଧ ଅଧିକ ଗଭୀର ହେବ ବୋଲି ସଙ୍କେତ ମିଳିବା କାରଣରୁ ୟୁଆନ ଉପରେ ଚାପ ବଢ଼ିଚାଲିଛି। ୨୦୦୮ ଫେବୃୟାରୀ ପରେ ୟୁଆନ ଏବେ ଦୟନୀୟ ସ୍ଥିତିରେ ରହିଛି।

Share