Categories: ଖେଳ

୧୧ବର୍ଷ ତଳେ ପଡିଆରେ ଚାପୁଡା ମାରି କନ୍ଦାଇଥିଲେ, ଏବେ ଜଣାଇଲେ ଶୁଭେଚ୍ଛା

ଭାରତୀୟ କ୍ରିକେଟ ଦଳର ସ୍ପିନର ହରଭଜନ ସିଂହ ୧୧ବର୍ଷ ତଳେ ଅର୍ଥାତ୍‌ ୨୦୦୮ରେ ଆଇପିଏଲର ଏକ ମ୍ୟାଚ୍‌ରେ ପ୍ରତିପକ୍ଷ ବୋଲର ଏସ୍‌.ଶ୍ରୀସନ୍ଥଙ୍କୁ ପଡିଆରେ ଚାପୁଡା ମାରିଥିଲେ। ଏହାପରେ ଶ୍ରୀସନ୍ଥ ପଡିଆରେ ଭୋ ଭୋ ହୋଇ କାନ୍ଦିଥିଲେ। ପରେ ଅବଶ୍ୟ ହରଭଜନ ଏହି ଭୁଲ ପାଇଁ ତାଙ୍କୁ କ୍ଷମା ମାଗିଥିଲେ ଏବଂ ଉଭୟଙ୍କ ମଧ୍ୟରେ ସମ୍ପର୍କ ଠିକ୍‌ଠାକ୍‌ ଚାଲିଥିଲା। ଏପରିକି ଦୁହିଁଙ୍କ ଭିତରେ ଦୃଢ ବନ୍ଧୁତା ଥିବା କଥା ଶ୍ରୀସନ୍ଥ ଏକ ସାକ୍ଷାତକାରରେ କହିଥିଲେ। ଦକ୍ଷିଣ ଭାରତର ବଡ ପର୍ବ ଓନମ୍‌ ଧୂମଧାମରେ ପାଳନ କରାଯାଉଥିବାବେଳେ ଭଜ୍ଜି ଶ୍ରୀସନ୍ଥଙ୍କୁ ସ୍ବତନ୍ତ୍ର ଭାବରେ ଶୁଭେଚ୍ଛା ଜଣାଇଛନ୍ତି। ସୂଚନାମୁତାବକ,୨୦୦୮ରେ ଆଇପିଏଲ ଚାଲିଥିବାବେଳେ ମୁମ୍ବାଇ ଇଣ୍ଡିଆନ ପକ୍ଷରୁ ଖେଳୁଥିବା ହରଭଜନ ସିଂହ ପଞ୍ଜାବ ପକ୍ଷରୁ ଖେଳୁଥିବା ଶ୍ରୀସନ୍ଥକୁ ମଇଦାନରେ ସମସ୍ତଙ୍କ ଆଗରେ ଚାପୁଡା ଡମାରିଥିଲେ। ଯାହାର ଭିଡିଓ ଖୁବ ଭାଇରାଲ ହୋଇଥିଲା। ଏହା ସହ ଶ୍ରୀସନ୍ଥ ଏହି ଘଟଣା ବିଷୟରେ ବିଗ ବସ ଘରେ ଥିବାବେଳେ ମଧ୍ୟ ଉଠାଇଥିଲେ। ହରଭଜନଙ୍କୁ ମୋର ଗୋଟେ କଥା ପସନ୍ଦ ନ ଆସିବାରୁ ସେ ମୋତେ ଚାପୁଡା ମାରିଥିଲେ ବୋଲି ଶ୍ରୀସନ୍ଥ କହିଥିଲେ।

Share