୧୧ମାସ ୧୧ଦିନ ପରେ ଘରକୁ ଫେରିଲେ ରିଷି

ମୁମ୍ବାଇ: ବଲିଉଡ୍‌ ଅଭିନେତା ରିଷି କପୁର ଦୀର୍ଘ ୧୧ ମାସ ୧୧ ଦିନ ପରେ ମୁମ୍ବାଇ ଫେରିଥିବା ଜଣାପଡିଛି। ୬୭ ବର୍ଷୀୟ ଏହି ଅଭିନେତା ମଙ୍ଗଳବାର ସକାଳୁ ମୁମ୍ବାଇ ବିମାନ ବନ୍ଦରରେ ପହଞ୍ଚିଛନ୍ତି। ଦୀର୍ଘ ୧୧ ମାସ ହେବ ସେ ନ୍ୟୁୟର୍କରେ କ୍ୟାନସରର ଚିକିତ୍ସା କରାଉଥିବା ବେଳେ ଏବେ ସେ ସୁସ୍ଥ ହୋଇ ସ୍ତ୍ରୀ ନିତୁ ସିଂଙ୍କ ସହ ମୁମ୍ବାଇ ଫେରିଛନ୍ତି। ତେବେ ସେ ନ୍ୟୁୟର୍କରୁ ବାହାରିବା ବେଳେ ବଲିଉଡ୍‌ ଅଭିନେତା ଅନୁପମ ଖେର୍‌ ତାଙ୍କୁ ଏକ ବିଦାୟୀ ବାର୍ତ୍ତା ଦେବା ସହ ତାଙ୍କୁ ମିସ୍‌ କରିବେ ବୋଲି ଲେଖିଛନ୍ତି। ରିଷି ନ୍ୟୁୟର୍କରେ ଥିବା ସମୟରେ ବଲିଉଡ୍‌ରେ ତାଙ୍କର ଏକ ଫିଲ୍ମ ରିଲିଜ୍‌ ହୋଇଥିଲା। କୁହାଯାଉଥିଲା କି ସେ ମୁମ୍ବାଇ ଫେରିବା ପରେ ପୁଣି ବଡ ପରଦାରେ କାମ କରିବେ। ହେଲେ ସେ ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ।

Share