୧୧ଲକ୍ଷରୁ ଊର୍ଦ୍ଧ୍ୱ ପ୍ରବାସୀ ଶ୍ରମିକଙ୍କ ମଧ୍ୟରୁ ୧,୦୩୬ ଜଣଙ୍କଠାରେ ଥିଲା କରୋନା ଲକ୍ଷଣ

ଲକ୍ଷ୍ନୌ,୨।୬: ଉତ୍ତରପ୍ରଦେଶକୁ ଏପର୍ଯ୍ୟନ୍ତ ସାଢେ ୧୧ ଲକ୍ଷରୁ ଊର୍ଦ୍ଧ୍ୱ ପ୍ରବାସୀ ଶ୍ରମିକ ଫେରି ଆସିଲେଣି। ହେଲେ ଏମାନଙ୍କ ମଧ୍ୟରୁ ପ୍ରାୟ ୧ହଜାରରୁ ସାମାନ୍ୟ ଅଧିକ ଲୋକଙ୍କ ପାଖରେ କରୋନା ସଂକ୍ରମଣର ଲକ୍ଷଣ ଥିବା କହିଛନ୍ତି ଉତ୍ତରପ୍ରଦେଶ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ପ୍ରମୁଖ ସଚିବ ଅମିତ ମୋହନ ପ୍ରସାଦ। ଏବେ ରାଜ୍ୟକୁ ଫେରିଥିବା ପ୍ରବାସୀ ଶ୍ରମିକଙ୍କୁ ଆଶାକର୍ମୀଙ୍କ ଜରିଆରେ ଟ୍ରାକ୍‌ କରାଯାଉଛି ବୋଲି ସେ କହିଛନ୍ତି। ଏବେସୁଦ୍ଧା ୧୧,୬୮,୯୧୭ ଜଣଙ୍କୁ ଟ୍ରାକ୍‌ କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ମାତ୍ର ୧,୦୩୬ ଜଣଙ୍କ ମଧ୍ୟରେ କରୋନାର ଲକ୍ଷଣ ଥିବା ସେ କହିଛନ୍ତି। ଏମାନଙ୍କର ନମୁନା ସଂଗ୍ରହ କରାଯାଇ ଟେଷ୍ଟ ପାଇଁ ପଠାଯାଇଥିବା ବେଳେ ୪୫୦ ନମୁନା ପରୀକ୍ଷା କରାଯାଇଛି ଓ ୧୧୯ ଜଣଙ୍କର ରିପୋର୍ଟ ହସ୍ତଗତ ହୋଇଛି। ଏଥିରୁ ଜଣାପଡିଛି ସମସ୍ତ ୧୧୯ ଜଣ କରୋନାରେ ପୀଡ଼ିତ।

Share